ବଳରାମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମ ଧାମରେ ବାର୍ଷିକ ଉତ୍ସବ ପାଳନ !
ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର - ତା ୧୮/୦୩/୨୦୨୬ ରିଖ ବୁଧବାର ଦିନ ବଡ଼ଖରିଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଳରାମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଖୁବ୍ ଧୁମ୍ ଧାମ ସହ ପାଳିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ଦଳେଇ , ବିଦ୍ୟାଳୟର ସଭାପତି ଶ୍ରୀମତୀ ନଳିନୀ ପାଢ଼ୀ , ବିଦ୍ୟାଳୟର ପ୍ରମୁଖ ସହଯୋଗୀ ଶ୍ରୀଯୁକ୍ତ ସୀତାରାମ ପାଢ଼ୀ, ଭୂତସର ସିଙ୍ଗି କ୍ଲଷ୍ଟର ସି.ଆର.ସି.ସି. ଶ୍ରୀ କାଳୀ ଚରଣ ଗୌଡ , ବାଘଳା କ୍ଲଷ୍ଟର୍ ସି.ଆର.ସି.ସି. ଶ୍ରୀ ସୁଶାନ୍ତ କୁମାର ପଲେଇ , ସ୍ବେଚ୍ଛାସେବୀ ଶ୍ରୀ ଜଗନ୍ନାଥ ପାଣିଗ୍ରାହୀ , କମିଟି ସଦସ୍ୟ ଚିତ୍ରସେନ ଗୌଡ , ଅଶ୍ଵିନୀ ଗୌଡ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅନୁପ କୁମାର ଦାସ , ଶିକ୍ଷକ ଶ୍ରୀ ନିରଞ୍ଜନ ତ୍ରିପାଠୀ , ଶ୍ରୀ ହରିଶ୍ଚନ୍ଦ୍ର ହେମ୍ବ୍ରମ , ସୁପ୍ରଭା ଦଣ୍ଡସେନା , ଇତିଶ୍ରୀ ପଣ୍ଡା ସହଯୋଗ କରିଥିଲେ । ଏହି ଅବସରରେ ନୃତ୍ୟ ନିର୍ଦ୍ଦେଶକ ନାଗେଶ୍ଵର ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ । ତତ୍ ସହିତ ବିଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ରଞ୍ଜନ କୁମାର ବିଶୋଇ ଏବଂ କାଳୀ ଚରଣ ଗୌଡ଼ଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ନାଟକ "ଶ୍ରବଣ କୁମାର " ପ୍ରଦର୍ଶନ କରିବା ସହ ପୁରାତନ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଦକ୍ଷ କଳାକାର ମାନଙ୍କ ଦ୍ଵାରା "ରାମ ବନବାସ" ନାଟକ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ବି.ଆର.ସି.ସି. ଶ୍ରୀଯୁକ୍ତ ବିଜୟ କୁମାର ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭକ୍ତ ବତ୍ସଳ ଜାନୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନେ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ସହିତ ସମାଜରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।