ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକାମି କରୁଥିବା ଲୁଗା ବ୍ୟବସାୟୀ ପ୍ରତି ସାବଧାନ।
ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକାମି କରୁଥିବା ଲୁଗା ବ୍ୟବସାୟୀ ପ୍ରତି ସାବଧାନ।
କେନ୍ଦୁଝର:୧୯/୦୩, ଗୁଜରାଟ ରାଜ୍ଯ ର ସୁରଟ ସହର ସ୍ଥିତ ଲୁଗା ବ୍ୟବସାୟୀ ଭଗୀରଥ ସିଂହ ଓରଫ ରାଜୁ ବୟସ ୫୦ ବର୍ଷ ଉପରକୁ ହେବ। ଏହି ବେପାରୀ ପ୍ରତି ସାବଧାନ ହୋଇ କାରବାର କରିବା ଉଚିତ୍। ଏହି ଲୁଗା ବ୍ୟବସାୟୀ ଭଗୀରଥ ସିଂହ ଓରଫ ରାଜୁ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ନିଜର ଭିଡିଓ ବାର୍ତ୍ତା ପ୍ରଚାର କରି ଲୋକଙ୍କୁ ପ୍ରଲୋଭିତ କରି ଠକାମି କରୁଥିବା ସୂଚନା ମିଳିଛି। ଏପରି ଠକାମି କରୁଥିବା ବ୍ଯକ୍ତି ତଥା ବ୍ୟବସାୟୀ ସହିତ କୌଣସି ପ୍ରକାରର ଟଙ୍କା ଦେବାପୂର୍ବରୁ ସାବଧାନ ହୋଇ କାରବାର କରିବା ଉଚିତ୍। ନଚେତ୍ ଟଙ୍କା ଦେବାପରେ ଭଗୀରଥ ସିଂହ ଓରଫ ରାଜୁ ବିଭିନ୍ନ ପ୍ରକାରର ବାହାନା କରିବା ଆରମ୍ଭ କରିବାକୁ ଚେଷ୍ଟା କରିବା ସହିତ ଜିନିଷ ଦେବନାହିଁ, ଏପରିକି ନେଇଥିବା ଟଙ୍କା ମଧ୍ଯ ଫେରାଇବାକୁ ବାହାନା ବାଜି କରି ଠକାମି କରୁଥିବା ଜାଣିବା ପାଇଁ ମିଳିଛି। ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ପ୍ରକାରର ବଡ଼ବଡ଼ କଥାବାର୍ତ୍ତା କରୁଥିବା ମହାପୁରୁଷ ଭଳି ପ୍ରବଚନ ଦେଇ ଠକାମି କରୁଥିବା ସୂଚନା ମିଳିଛି। ଏହି ଠକାମି କରୁଥିବା ଲୁଗା ବ୍ୟବସାୟୀ ଭଗୀରଥ ସିଂହ ଓରଫ ରାଜୁ ବିରୁଦ୍ଧରେ ଓଡ଼ିଶା ରାଜ୍ଯର କେନ୍ଦୁଝର ଜିଲ୍ଲା ଟାଉନ୍ ଥାନାରେ ଠକାମି କରିଥିବା ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଯଦି କୌଣସି ବ୍ୟକ୍ତି ବିଶେଷ ଉକ୍ତ ଠକାମି ବ୍ୟବସାୟୀ ଭଗୀରଥ ସିଂହ ଓରଫ ରାଜୁ ସମ୍ପର୍କରେ ସୂଚନା ପାଆନ୍ତି। ତେବେ କେନ୍ଦୁଝର ଜିଲ୍ଲା ଟାଉନ୍ ଥାନାକୁ ସୂଚନା ଦେବା ଉଚିତ୍। ଯଦି କୌଣସି ବ୍ୟକ୍ତି ବିଶେଷ ଉକ୍ତ ଠକ ବେପାରୀ ଦ୍ବାରା ଠକାମୀର ଶୀକାର ହୋଇଛନ୍ତି। ତୁରନ୍ତ ନିକଟସ୍ଥିତ ଅଞ୍ଚଳ ଥାନାକୁ ଯାଇ ଭଗୀରଥ ସିଂହ ଓରଫ ରାଜୁ ବିରୁଦ୍ଧରେ ଠକାମୀର ଶୀକାର ହୋଇଥିବା ଲିଖିତ ଅଭିଯୋଗ ଦାଖଲ କରନ୍ତୁ। ଜନସାଧାରଣଙ୍କୁ ସଚେତନ କରାଇବା ଓ ଭଗୀରଥ ସିଂହ ଓରଫ ରାଜୁ ବିରୁଦ୍ଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହା ପ୍ରକାଶ କରାଯାଇଛି।
ସୌଜନ୍ୟ: ଖଣ୍ଡାଧାର ନିଉଜ।