logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରର ସବୁଜ ବାହିନୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରର ସବୁଜ ବାହିନୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

କେନ୍ଦୁଝର -୧୮/୦୩ (ଖଣ୍ଡାଧାର ନିୟୁଜ) ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରର ସବୁଜ ବାହିନୀ ଆନୁକୂଲ୍ୟରେ ବାଡ଼ି ବଗିଚାରେ ଅଳ୍ପ ସ୍ଥାନରେ ବୈଜ୍ଞାନିକ ପଦ୍ଧତିରେ ପନିପରିବା ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତଥା ମୁଖ୍ୟ ଅଧିକାରୀ ଡ. ସୁକାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଡ. ସାହୁ ପିପିଟି ମାଧ୍ୟମରେ ନିଜେ କରିଥିବା ଘର ବଗିଚାର ଫୋଟ ଦେଖାଇ ଛାତ୍ରୀଙ୍କୁ ବଗିଚାର ଆବଶ୍ୟକତା ଓ କୃଷି ମାଧ୍ୟମରେ ପ୍ରତିଦିନର ସୁଷମ ଖାଦ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ମୂଖ୍ୟ ଅତିଥି ଡ. ସୁକାନ୍ତ କୁମାର ସାହୁ ଘର ବଗିଚା ସମ୍ପର୍କିତ ପ୍ରଶିକ୍ଷଣ ଦେଇ, ତାହାର ଉଦ୍ଦେଶ୍ୟ, ଉପକାରିତା ଓ ଉପାଦାନ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ମୃର୍ତ୍ତିକା ସଂରକ୍ଷଣ ସହାୟକ ଅଧିକାରୀ ବର୍ଷା ପହି ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ମାଟିର ଗୁଣବତ୍ତା ଓ ତା'ର କାର୍ଯ୍ୟନିପୁଣତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଅମ୍ରିତା ମହାପାତ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ଘର ବଗିଚା ପାଇଁ କିଆରି ପ୍ରସ୍ତୁତି ପ୍ରଣାଳୀ ସହ ଚାଷର ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିଥିଲେ ‌। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଡ. ଚିତ୍ତରଞ୍ଜନ ସାହୁ, ବିଦ୍ୟା ପରିଷଦ ଅଧିକାରୀ ଡ. ବିଷ୍ଣୁ ଚରଣ ଦାସ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ସଂଯୋଜିକା ଅଧିକାରୀ ଅଧ୍ୟାପିକା ଡ.ଆଲ୍ଫା ସରିତା ମହାନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜିକା ଅଧିକାରୀ ଅଧ୍ୟାପିକା ଡ. ମହାନ୍ତି ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ଉଦଯାପନ ହୋଇଥିଲା ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
1060 views

Comment