logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ଆଜିର, ୧୯ ମାର୍ଚ୍ଚ, ଗୁରୁବାର

*ଖବର ଆଜିର, ୧୯ ମାର୍ଚ୍ଚ, ଗୁରୁବାର*
===================
ଆଗାମୀ ୫ ଦିନ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି।

ଏପ୍ରିଲ ୧୬ରୁ ରାଜ୍ୟରେ ଆରମ୍ଭ ହେଉଛି ଜନଗଣନା ପ୍ରଥମ ପର୍ଯ୍ୟାୟ, ଗୃହଗଣନା ଏବଂ ଗୃହ ତାଲିକା ହେବ ପ୍ରସ୍ତୁତ।

ପେଟ୍ରୋଲ ପରେ ଖାଇବା ତେଲ ଚିନ୍ତା; ମାସକରେ ବଢ଼ିଲାଣି ୩୦ ଟଙ୍କା।

ବିଧାନ ସଭାରେ ବୁଲିଲା କୋକେଇ, ଶୁଭିଲା ରାମ୍ ନାମ୍ ସତ୍ୟ ହେ, ବିରୋଧୀ ବିଞ୍ଚିଲେ ଖଇ କଉଡି।SCB ଅଗ୍ନି କାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ବିଭାଗକୁ ଶବ ସଜାଇଲେ ବିରୋଧୀ ବିଧାୟକ।

SCB ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରି ଅଧିକାରୀ ନିଲମ୍ୱିତ।

ଭୁବନେଶ୍ୱର: ଯେଉଁଠି ବାରଣ,ସେଇଠି ଗଦା ଗଦା ଅଳିଆ,ଜରି ପଲିଥିନ୍ ଖାଇ ମରୁଛନ୍ତି ଗାଇ ଗୋରୁ।

୨ ବର୍ଷର ଅପେକ୍ଷାର ଅନ୍ତ! ମାଲକାନଗିରିରୁ ଭୁବନେଶ୍ୱରକୁ ବିମାନ ଚଳାଚଳ ଆରମ୍ଭ।

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାରୁ ବି ଦାଦନ ଚାଲାଣ। ରାଜ୍ୟ ବାହାରେ ଖଟୁଛନ୍ତି ୯୩୦ ଶ୍ରମିକ।

ଭୁବନେଶ୍ୱର ଜୟଦେବ ବିଧାୟକ ନବ ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ। ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଥିଲେ।

କେନ୍ଦୁଝର ଜିଲ୍ଲା ଶୁଆକାଠି ଅଞ୍ଚଳରେ ଏମ୍‌ସି ଗନ୍ଧମାର୍ଦ୍ଧନ ଲୁହା ଖଣି ଇଚିଣ୍ଡା କ୍ୟାମ୍ପ ନିକଟରେ ଜଳିଗଲା ଟ୍ରକ୍‌।

ଅବୈଧ ମଦ ବ୍ୟବସାୟ ଉପରେ ପୁଲିସର ଚଢ଼ାଉ; ସୁନ୍ଦରଗଡ଼ରେ ୮୦୦ ରୁ ଅଧିକ ବୋତଲ ଜବତ ସହ ୫ ଗିରଫ।

ଚାନ୍ଦବାଲି ତହସିଲ, ସାରଣା RI:ଅଫିସ୍ ଭିତରେ ପଶି RIଙ୍କୁ ମାଡ଼, ଭିତରୁ ଘୋଷାଡ଼ି ଆଣି ଛେଚି ଚାଲିଲେ ବ୍ୟକ୍ତି।

ଖୋର୍ଦ୍ଧା ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ, ପିଶାଚ ପ୍ରେମିକାକୁ ହେଲା ଆଜୀବନ ସଜ୍ଜା।

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ବାଡର ଯାଞ୍ଚ ଜାରି।

ମୟୁରଭଞ୍ଜ ଉଦଳା:ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଘାତ ମାଡ଼ ଘଟଣା, କପ୍ତିପଦା ବିଇଓ ଏବଂ ତହସିଲଦାରଙ୍କ ତଦନ୍ତ ଆରମ୍ଭ।

ବାଲେଶ୍ୱରରେ ପରିବାର ଅଦାଲତ ନିକଟରେ ହାଇଡ୍ରାମା, କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କଲା ସ୍ବାମୀ।

ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁଳିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ।

ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାର ବଡ଼ଗାଓଁ ପାନଗାଁରେ ଜଣେ ଛଅ ବର୍ଷ ଶିଶୁକନ୍ୟା ଉପରେ ଏସିଡ ମାଡ଼ କରିଛି ଦୁର୍ବୃତ୍ତ।

ଦିଲ୍ଲୀର ପାଲମ ଅଞ୍ଚଳରେ ରାମଫଲ ଚୌକ ନିକଟସ୍ଥ ପାଞ୍ଚ ମହଲା କୋଠାରେ ଅଗ୍ନିକାଣ୍ଡ, ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ।

ବିମାନ ଯାତ୍ରୀଙ୍କ ପାଇଁ ଖୁସି। ୬୦% ସିଟ୍ ପାଇଁ ଅତିରିକ୍ତ ଦେୟ ନାହିଁ, ନିଷ୍ପତ୍ତି ନେଲେ ସରକାର।

ବାପାଙ୍କୁ ମଧ୍ୟ ମିଳୁ ପିତୃତ୍ୱ ଛୁଟି’; କେନ୍ଦ୍ରକୁ ଆଇନ ଆଣିବାକୁ ସୁପ୍ରିମକୋର୍ଟଙ୍କ ଆହ୍ୱାନ।

ଇରାନକୁ ଶକ୍ତ ଧକ୍କା : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇଣ୍ଟେଲିଜେନ୍ସ ମିନିଷ୍ଟର ଇସମାଇଲ ଖାତିବ ନିହତ।

ନେଦରଲ୍ୟାଣ୍ଡରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦେଶରେ ହକି ଖେଳିବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵି।

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକୀୟ ଫାଇଟର ଜେଟ୍‌କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ

ଚୀନ୍ ଯାଉଥିବା ରୁଷୀୟ ତୈଳ ଟ୍ୟାଙ୍କର ମାରିଲା ୟୁ-ଟର୍ଣ୍ଣ। ଆକ୍ୱା ଟାଇଟନ୍' ଅଧା ରାସ୍ତାରୁ ୟୁ-ଟର୍ଣ୍ଣ ମାରି ଭାରତ ଆସୁଛି।

ଆମେରିକା ପାଇଁ ସବୁଠୁ ବଡ଼ ପରମାଣୁ ବିପଦ ପାକିସ୍ତାନ, ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କ ବଡ଼ ବୟାନ।

ଲାରିଜାନିଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ମୂଲ୍ୟ ଦେବାକୁ ପଡ଼ିବ, ଇସ୍ରାଏଲ-ୟୁଏସକୁ ଇରାନର ଚେତାବନୀ।

ଇରାନରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଫାଶୀ ଦଣ୍ଡ ଦିଆଯାଇଛି।

ଲାଲ୍ ସାଗର ଦେଇ ଭାରତକୁ ତେଲ ପଠାଇଲା ସାଉଦି ଆରବ, ହର୍ମୁଜ୍ ସଙ୍କଟ ମଧ୍ୟରେ ଆଶ୍ୱସ୍ତି।

ନାଇଜେରିଆରେ ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣ, ୨୩ ଜଣଙ୍କର ମୃତ୍ୟୁ।

*ଗତବର୍ଷ ଏଇ ସମୟରେ*
୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମଲେଖା ହେବ ବୋଲି ନିୟମ ହୋଇଥିଲା।

ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ ନିର୍ମାଣ ହେବ ବୋଲି କହିଥିଲେ ସରକାର।

ରାଜ୍ୟରେ ୫ହଜାର ୮୨୨ ଜଣ ଡାକ୍ତରଙ୍କୁ ମିଳିବ ନିଯୁକ୍ତି ବୋଲି କହିଥିଲେ ସରକାର।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୁଣିଥରେ ତଦନ୍ତ ଆରମ୍ଭ କରିଥିଲେ କ୍ରାଇମବ୍ରାଞ୍ଚ।
===================
ଆଜି ଜନ୍ମଦିନ: ସାଇ ପାରାଞ୍ଜପେ, ଆବାସ ଅଲ୍ଲୀ ବେଗ, ତନୁଶ୍ରୀ ଦତ୍ତ

ଆଜି ତିରୋଧାନ: ଗୁରୁ ହରଗୋବିନ୍ଦ, ଭଗବାନ ଦାସ କୃପାଳିନୀ, ଇଏମଏସ ନମ୍ବୁଦ୍ରିପଦ

ଇତିହାସରେ ଆଜି: (୧୮୭୭) ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଇଂଲଣ୍ଡ ପରାସ୍ତ/ (୧୯୭୨) ଭାରତ ବାଙ୍ଗଲାଦେଶ ଶାନ୍ତି ଚୁକ୍ତି ସ୍ବାକ୍ଷରିତ/ (୨୦୦୪) ତାଇୱାନ ରାଷ୍ଟ୍ରପତି ଙ୍କୁ ଗୁଳିକରି ହତ୍ୟା/ (୨୦୧୪) ୟୁକ୍ରେନ ନୌସେନା ବେସ କୁ ଅକ୍ତିଆର କଲା ଋଷିଆ
===================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

0
0 views

Comment