logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବହୁ ପ୍ରାଚୀନ ପୌରାଣିକ ତଥା ଐତିହ୍ୟ ସ୍ଥଳୀ ସୀତାବିଞ୍ଜରେ ଓଁକାର ବ୍ରହ୍ମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

ଖ୍ରୀଷ୍ଟପୂର୍ବ ର ବହୁ ପ୍ରାଚୀନ ପୌରାଣିକ ଓ ଐତିହାସିକ ସ୍ଥଳୀ ସୀତାବିଞ୍ଜରେ ମାଳିକା ବର୍ଣ୍ଣିତ ଓଁକାର ବ୍ରହ୍ମ ଯଜ୍ଞ ଅନୁଷ୍ଠିତ

କେନ୍ଦୁଝର,୧୮/୩ : ଓଡ଼ିଶା ପ୍ରସିଦ୍ଧ ବହୁ ପ୍ରାଚୀନ ପୌରାଣିକ କିମ୍ୱଦନ୍ତୀ, ସଂସ୍କୃତି ସଂପର୍ଣ୍ଣ ଓ ଐତିହ୍ୟ ପୁର୍ଣ୍ଣ ସ୍ଥାନ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ସୀତାବିଞ୍ଜି ଠାରେ ମାଳିକା ବର୍ଣ୍ଣିତ ଓଁକାର ବ୍ରହ୍ମ ଯଜ୍ଞ ମହାସମାରୋହରେ ପାଳନ ହେଉଅଛି।
ଘଟଗାଁର ବିଶ୍ଵ ଭ୍ରାତୃତ୍ବ ଦିବ୍ଯାତ୍ମା ପରିଷଦ କ୍ଷିତି ଜ୍ୟୋତି ଆଶ୍ରମ ଆନୁକୁଲ୍ୟରେ ଗତ ତା ୧୫.୩.୨୦୨୬ ରିଖ ଠାରୁ ତା ୧୯.୩.୨୦୨୬ ରିଖ ଗୁରୁବାର ପର୍ଯ୍ଯନ୍ତ ପାଞ୍ଚଦିନ ବ୍ୟାପି ମାଳିକା ବର୍ଣ୍ଣିତ ଓଁକାର ବ୍ରହ୍ମ ଯଜ୍ଞ ପାଳନ ଅବସରରେ ସ୍ବର୍ଣ୍ଣ କ୍ଷେତ୍ର ମାହାଙ୍ଗା, କଟକ ତରଫରୁ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଗୁରୁଙ୍କ ଫଟୋ ଚିତ୍ରକୁ ନେଇ କୈବଲ୍ୟ ମଣ୍ଡପ, ଏକାଧିକ ଯଜ୍ଞ ମଣ୍ଡପ , ଅଖଣ୍ଡ ନାମ ଯଜ୍ଞ,, ଅଞ୍ଜଳୀ କ୍ଷେତ୍ର, , ପ୍ରବଚନ କ୍ଷେତ୍ର, ଭକ୍ତ ମାନଙ୍କ ପାଇଁ ବିଶ୍ରାମ ସ୍ଥାନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ସୁନ୍ଦର କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ମାଳିକା ପ୍ରବଚକ ପ୍ରମୋଦ କୁମାର ପୃଷ୍ଟି,କୁନି ପ୍ରବଚକ ଦ୍ଯିତିକୃଷ୍ଣ, ପ୍ରବଚକ ବିପିନ ବିହାରୀ ସାମଲ ପୁରାଣ ବର୍ଣ୍ଣିତ ବହୁ ସଂସ୍କାର ପୁର୍ଣ୍ଣ ତଥ୍ଯ ଉପସ୍ଥାପନା କରି ହଜାର ହଜାର ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରି ଚାଲିଛନ୍ତି।ଆଶ୍ରମ ତରଫରୁ ଦିବାରାତ୍ର ଆସୁଥିବା ଭକ୍ତମାନଙ୍କୁ ପ୍ରସାଦ ଦେବାର ବ୍ଯବସ୍ଥା କରାଯାଇଛି। ପ୍ରକାଶ ଥାଉ କି ଓଡ଼ିଶାର ତିରିଶ ଟି ଜିଲ୍ଲାରୁ ଗୁରୁ କେଶବ ବାବାଙ୍କ ଶହ ଶହ ଭକ୍ତ ଏହି ଯଜ୍ଞରେ ଯୋଗଦେଇଛନ୍ତି ବୋଲି ଆୟୋଜକ ଙ୍କ ଠାରୁ ପ୍ରକାଶ। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଏଥିରେ ସ୍ଥାନୀୟ ଲୋକ, ଜିଲ୍ଲା ପ୍ରଶାସନ ଓ ଘଟଗାଁ ଅଗ୍ନିଶମ ସେବାକେନ୍ଦ୍ର ବିଭାଗ ସହଯୋଗ କରିବା ସହିତ ଘଟଗାଁ ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଛି।

ରିପୋର୍ଟ: ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬

3
67 views

Comment