logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ଶ୍ରୀରାମ ନବମୀ ପାଇଁ କଳସ ଯାତ୍ରା

ଦାମନଯୋଡ଼ି,୧୮/୦୩:ନାଲକୋ ଟାଉନସିପ ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପ ଠାରେ ଚଳିତ ମାସ ୧୯ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଶ୍ରୀରାମନବମୀ ଉତ୍ସବ ପାଳିତ ହେଉଛି।ବିଭିନ୍ନ ଦିବସରେ ସ୍ୱତନ୍ତ୍ର ପୂଜା ସହିତ ଶ୍ରୀରାମ ଚରିତ ମାନସ ପାଠ,ପାରାୟଣ,ପ୍ରବଚନ,ଗୀତା ଯଜ୍ଞ,ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ,ସୁନ୍ଦରାକାଣ୍ଡ,ହନୁମାନ ଯଜ୍ଞ,ଚଣ୍ଡୀ ଯଜ୍ଞ,ଶ୍ରୀରାମ ନବମୀ ଓ ଅଭିଷେକ ଉତ୍ସଵ ସହିତ ପୂର୍ଣ୍ଣାହୂତି ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ।ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ବହୁ ଶ୍ରଦ୍ଧାଳୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସର ନରେନ୍ଦ୍ର ପୁଷ୍କରିଣୀରୁ ପୂଜାର୍ଚ୍ଚନା ପରେ କଳସରେ ଜଳ ଆଣି ଶୋଭାଯାତ୍ରାରେ ଆସି ମଣ୍ଡପରେ ସ୍ଥାପନ କରିଥିଲେ।ସେହିପରି ଶ୍ରୀଜଗନ୍ନାଥ ମନ୍ଦିରରୁ ଶ୍ରୀ ହନୁମାନ,ପ୍ରଭୁ ଶ୍ରୀରାମଚନ୍ଦ୍ର,ଲକ୍ଷ୍ମଣଲାଲ ଜୀ ଓ ମାତା ଜାନକୀଙ୍କ ବିଗ୍ରହକୁ ମଧ୍ୟ ଘଣ୍ଟଘଣ୍ଟା,ହରିବୋଲ,ହୁଳହୁଳି ମଧ୍ୟରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଆଜି ମଧ୍ୟ ଅଧିବାସ ସହିତ ମା'କଣ୍ଟାବାଉଁଶୁଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା।ପୂଜକ ପଣ୍ଡିତ ବଳରାମ ଦାଶ(ଭଦ୍ରକ) ଓ ସହଯୋଗୀ ପୂଜାକାର୍ଯ୍ୟ କରିଥିଲେ।ଚଳିତ ବର୍ଷ କେ.ଚଣ୍ଡିପ୍ରସାଦ ରାଓ ଓ ତାଙ୍କ ଧର୍ମପତ୍ନୀ କେ.ଭବାନୀ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଂଜୟ କୁମାର ପଟ୍ଟନାୟକ,ଅଧିକାରୀ କୈଳାସ ସେନାପତି ପ୍ରମୁଖ ପ୍ରଥମ ଦିବସରେ ପରିଦର୍ଶନ କରିଛନ୍ତି।
ଶ୍ରୀରାମନବମୀ ପୂଜାକମିଟି ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଲମ୍ବୋଦର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ବେହେରାଙ୍କ ସହିତ କର୍ମକର୍ତ୍ତା ସୁଜିତ କୁମାର ଜେନା,ଶିଶିର ପରିଡ଼ା,ପି କେ ମୁନୀ,ତ୍ରିଲୋଚନ ଚୌଧୁରୀ,ମୂରଲୀଧର ମହାପାତ୍ର,ସଦାଶିବ ବେହେରା,ଡ.ଅଶୋକ କୁମାର ମହାନ୍ତି, ରମେଶ ଚନ୍ଦ୍ର ଦାଶ, ସଞ୍ଜୟ ସାହୁ,ଉପେନ୍ଦ୍ର ପାଣିଗ୍ରାହୀ,ରାଜୀବ ଜିରାଇ,ଡ.ନିରୋଦ ପ୍ରଧାନ,ସୁଶାନ୍ତ ଦାଶ,ମିହିର କୁମାର ଜେନା,ମନୋଜ ନାୟକ,ସିନ୍ଥିଲ କୁମାର, ସଞ୍ଜୟ ବିଶ୍ଵାଳ,ଟୁକୁନା ସାହୁ ଓ ଅନୁଜ ଶୁକ୍ଳା ପ୍ରମୁଖ ପରିଚାଳନା କରିଥିଲେ।

52
1464 views

Comment