ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସୁରକ୍ଷା ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ।
ଦେବଗଡ଼ ତା ୧୮/୦୩/୨୦୨୬ ରିଖ:-
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା କଲ୍ୟାଣ ବିଭାଗଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସୁରକ୍ଷା ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇ ଉଦ୍ୟାପିତ ହୋଇଛି। ଶିବିରର ଦ୍ୱିତୀୟ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଓ ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ସନ୍ଧ୍ୟା ମାଝି ବରଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣଙ୍କ ସହ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ବିଲୁଙ୍ଗ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଆଦିବାସୀ ଛାତ୍ରବାସରେ ରହୁଥିବା ସମସ୍ତ ଅନ୍ତବାସୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ। “ଆସନ୍ତୁ ସୁରକ୍ଷା ବିଷୟରେ କଥାହେବା” ଶୀର୍ଷକରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ମାର୍ଗଦର୍ଶନ କରିଥିଲେ। ଏହାସହ ରାମଚନ୍ଦ୍ର ସରେନ୍, ବୁଲୁ କୁମାର ମାଝୀ ଓ ଅନୁପମା ରାଉତ ପ୍ରଶିକ୍ଷକ ଭାବେ ଯୋଗଦେଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ମଙ୍ଗଳ ବିଭାଗର ଆନୁକୂଳ୍ୟରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ପ୍ରଧାନ ଶିକ୍ଷକମାନେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ଓ ବିଭାଗର କର୍ମରତ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ ଧନ୍ୟବାଦ ଜଣାଇଥିଲେ।