logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ ଶିବିର ଉଦଯାପିତ

ଦେବଗଡ଼ ତା ୧୮/୦୩/୨୦୨୬ ରିଖ :-
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇଁ ଦ୍ୱିତୀୟ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି କର୍ମଶାଳା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ପ୍ରଭାତୀ ସତ୍ରରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ାଇବାକୁ ଗୁରୁତ୍ୱ ଦେଇଥିଲେ। ମାଷ୍ଟର ଟ୍ରେନର ଡ଼କ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଓ ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ରବି ନାରାୟଣ ପଣ୍ଡା ଓଡ଼ିଆରେ ପତ୍ର ବିନିମୟ, ଚିଠା-ଟିପ୍ପଣୀ, ଆଦେଶନାମା ଲେଖନ, ବାକ୍ୟ ଗଠନ ଓ ନଥି ପ୍ରସ୍ତୁତି ବିଷୟରେ ପ୍ରାୟୋଗିକ ପ୍ରଶିକ୍ଷଣ ଦେଇଥିଲେ।
ଅପରାହ୍ନ ସତ୍ରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।
ଶିବିରରେ ଯୋଗଦେଇଥିବା ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଡେପୁଟି କଲେକ୍ଟର ସୌମ୍ୟା ସୁଚିଶ୍ମିତା, ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

0
0 views

Comment