ତନଭି ପବ୍ଲିକ ସ୍କୁଲରେ ଦ୍ଵାଦଶତମ ବାର୍ଷିକ ଉତ୍ସବ ପାଳନ !
ପୁରୁଷୋତ୍ତମପୁର-ଗତ ସୋମବାର ସନ୍ଧ୍ୟା ସମୟରେ ତନଭି ପବ୍ଲିକ୍ ସ୍କୁଲର ଦ୍ୱାଦଶତମ ବାର୍ଷିକ ଉତ୍ସବ ଧୂମଧାମ ରେ ପାଳନ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ବିଜୟ ଚନ୍ଦ୍ର ବେହେରା ଏବିଓ ପୁରୁଷୋତ୍ତମପୁର ବ୍ଲକ,ମୂଖ୍ୟ ବକ୍ତା ଭାବେ ନରେନ୍ଦ୍ର ପାତ୍ର ଇଂରାଜୀ ଅଧ୍ୟାପକ ଭାଟକୁମରାଡ ବାସୁଦେବ ସେଠୀ କଲେଜ,ଏସ୍ ଲକ୍ଷ୍ମୀ ପାତ୍ର ସିଆରସିସି ଭାଟକୁମରଡା କ୍ଲଷ୍ଟର,ଏସ ଉମା ଚରଣ ରେଡ୍ଡୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଧିରେଶ୍ଵର ବିଦ୍ୟାପୀଠ ବଡମାଧପୂର,ଶିବରାମ ସାହୁ ଇଂରାଜୀ ଅଧ୍ୟାପକ ନୃସିଂହନାଥ ହାୟର ସେକେଣ୍ଡାରୀ ସ୍କୁଲ, ଭକ୍ତ ବତ୍ସଲ ଜାନି,ପୁରୁଷୋତ୍ତମପୁର ବ୍ଲକ,ଦେବେନ୍ଦ୍ର ସେଠୀ ସିଆରସିସି ପିଞ୍ଚୁଲି କ୍ଲଷ୍ଟର୍, ଲକ୍ଷ୍ମଣ ନାହାକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସହିତ କିଛି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ | ବିଦ୍ୟାଳୟର ସଭାପତି ଶ୍ରୀ ନୀଳମାଧବ ସାବତଙ୍କ ଦ୍ଵାରା ପ୍ରଥମେ ଜଗନ୍ନାଥଙ୍କ ମୂର୍ତ୍ତି ରେ ଦୀପ,ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା।ସଭାକୁ କେ କିରଣ କୁମାର ସମ୍ପାଦନା କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସେଞ୍ଜିତ୍ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ବର୍ଷ ଏହି ବିଦ୍ୟାଳୟରେ ପ୍ରଥମ ଦଶମ ବୋର୍ଡ ପିଲାଙ୍କ ବ୍ୟାଚ ପରୀକ୍ଷା ଦେବେ ବୋଲି ପ୍ରଧାନ ଶିକ୍ଷକ ପ୍ରସେଞ୍ଜିତ୍ ଶତପଥୀ ତାଙ୍କ ଭାଷଣରେ କହିଥିଲେ । ଅନ୍ୟ ଅତିଥି ମାନେ ନିଜର ବକ୍ତବ୍ୟରେ ବିଦ୍ୟାଳୟର ଉନ୍ନତି ପାଇଁ ସବୁ ଚେଷ୍ଟା କରିବୁ ବୋଲି କହିଥିଲେ।ଏସ ଉମା ଚରଣ ରେଡ୍ଡୀ ଙ୍କ ଭାଷଣରେ ବହୁତ୍ ସୁନ୍ଦର ଭଜନ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ିବା ଏବଂ ଭବିଷ୍ୟତରେ କେମିତି ଭଲ ନାଗରିକ ହେବେ ସେ ବିଷୟରେ ଉଦବୋଧନ ଦେଇ ବୁଝାଇଥିଲେ।
ବିଜୟ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ମଧ୍ୟ ତାଙ୍କର ଭାଷଣ ରେ ପିଲାଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ପାଇଁ ଅଭିଭାବକଙ୍କୁ ତାଙ୍କ ଭାଷଣରେ ବୁଝାଇ ଥିଲେ ଏବଂ ପିଲା ମାନଙ୍କ ନୈତିକ ଓ ଭୌତିକ ବିକାଶ କେମିତି ହେବ ସେ ବିଷୟରେ ପିଲାଙ୍କୁ ଉଦବୋଧନ ଦେଇଥିଲେ।ଶେଷରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିଦ୍ୟାଳୟର ସଭାପତି ନୀଳମାଧବ ସାବତ ଙ୍କ ଦ୍ଵାରା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ରାଜ କିଶୋର ଦାସ,ବିଜୟ ପ୍ରଧାନ, ବିଭୁ ପ୍ରସାଦ ନାହାକ,ମାମିନି ମହାନ୍ତି,ନିରୁପମା ମହାରଣା,ମମତା ଗୌଡ଼, କ୍ରିଷ୍ଣା ସ୍ୱାଇଁ,କାଜଲ ସ୍ୱାଇଁ,ଲକ୍ଷ୍ମୀ ନାହାକ,ଧରିତ୍ରୀ ପାତ୍ର,ବିଜୟଲକ୍ଷ୍ମୀ ଦାଶ,ଅଞ୍ଜଳି ବଡତୀଆ,ସୁମିତ୍ରା ନାହାକ, ପପି ତା ସ୍ୱାଇଁ,ଅନିତା ବେହେରା,ସ୍ଵର୍ଣ୍ଣମୟୀ ତ୍ରିପାଠୀ, ସ୍ଵର୍ଣ୍ଣଲତା ସାହୁ, ଏବଂ ଅନ୍ୟ ଶାଖା ର ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀ ନାହାକ,ଧରିତ୍ରୀ ପାତ୍ର ସମ୍ପାଦନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ବେଶୀ ମୁଖ୍ୟ ଆକର୍ଷଣ ଶିବ ତାଣ୍ଡବ, ଆଇଗିରି ନନ୍ଦୀନି ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକ ମାନଙ୍କ ବିଶେଷ ମନ ମୋହିଥିଲା ।ଶେଷରେ ସମସ୍ତ ଛାତ୍ରଛାତ୍ରୀ ରାତ୍ରି ଭୋଜନ କରି ମନ ଖୁସିରେ ଘରକୁ ଫେରିଥିଲେ।