logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କର୍ଚ୍ଚାମାଳ ଓ ବଡ଼ଆମ୍ଭଡା ସରକାରୀ ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର କର୍ଚ୍ଚା ମାଳ ପଞ୍ଚାୟତ ଅନ୍ତର୍ଗତ କର୍ଚ୍ଚାମାଳ ଆଶ୍ରମ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭେଙ୍କେଟସ୍ୱର ହାଲବା ଙ୍କ ସଭାପତିତ୍ବ ରେ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ବହୁ ସୁନ୍ଦର ଭାବରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ  ଅତିଥି ଭାବେ ସାଂସଦ ପ୍ରତିନିଧି ସମନାଥ ପୂଜାରୀ ଥିବାବେଳେ ବରେନ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ କୁଞ୍ଜବିହାରୀ ଦାସ ଓ କୋଷାଗୁମୁଡା ପଂଚାୟତ ସମିତି ଅଧକ୍ଷା ସର୍ବେଶ୍ୱରୀ ମାଝୀ ଥିଲେ ।ସେପରି ମୁଖ୍ୟବକ୍ତା ଭାବରେ ଡିଡବ୍ଲୁଓ -ପାଲକା ରବୀନ୍ଦ୍ର ଥିବାବେଳେ ସଂମାନୀୟ ଅତିଥି ଭାବରେସ୍ଥାନୀୟ ସରପଞ୍ଚ ଉମାଦେବୀ ନାୟକ,ଏଡିଡବ୍ଲୁଓ-ଭରତ ସାହୁ ଓ ନିବେଦିତା ବିଶ୍ବାଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ-ରଞ୍ଜନ ମହାନନ୍ଦ
ଉପସ୍ଥିତ ଥିଲେ। ଆବାହକ କର୍ଚ୍ଚା ମାଳ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭେଙ୍କେଟଶ୍ୱର ହାଲବା ଥିବାବେଳେ ମଞ୍ଚପରିଚାଳନା ଅଜୁ ରାଜ୍ ସାମଲ କରିଥିଲେ । ସେପରି ବଡ଼ ଆମ୍ଭଡା ଆଶ୍ରମ ବିଦ୍ୟାଳୟ ଠାରେ ମଧ୍ୟ ବାର୍ଷିକ ଉତ୍ସବ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଆବାହକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୋମଳ ନାୟକ ଥିବାବେଳେ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପରିସ୍ତ ସମସ୍ତ ବରଣ୍ୟ, ସଂମାନୀୟ, ଓ ସ୍ୱତନ୍ତ୍ର ଅତିଥିମାନେ ଉପସ୍ଥିତ ଥିଲେ । ଏହି ଦୁଇ ସରକାରୀ ଆଶ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମର ଭଦ୍ରମଣ୍ଡଳୀ ଉପସ୍ଥିତ ଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ର ଛାତ୍ରୀ ଙ୍କ  ସର୍ବାଙ୍ଗୀନ ଉନ୍ନତି କରିବା ସହ ଭଲ ଭାବେ ପାଠ ପଢି ସୁନାମ ଅର୍ଜନ କରି ବା ପାଇଁ  ନିଜ ଅଭିଭାଷଣ ମାଧ୍ୟମରେ   କୁଞ୍ଜବିହାରୀ ଦାସ ଦିଗ ଦର୍ଶନ ଦେଇଥିଲେ  । କେବଳ ପାଠ ନୁହେଁ ପାଠ ସହ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ  ନିଜକୁ ପ୍ରସ୍ତୁତ କରି ଆଗକୁ ବଢିବା ପାଇଁ ବ୍ଲକ ଅଦକ୍ଷା ସର୍ବେଶ୍ୱରୀ ମାଝୀ  ପରାମର୍ଶ ଦେଇଥିଲେ ।ବିଦ୍ୟାଳୟରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କାର ବିତରଣ କରଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙ୍କର ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା ସହିତ ସୁନ୍ଦର ସୁନ୍ଦର ନୃତ୍ୟ ସାଙ୍ଗକୁ ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ ।ଅଭିଭାବକ ମହଲରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା ।  ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା ରେ ୨ଗୋଟି ସରକାରୀ ଆଶ୍ରମ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

13
352 views

Comment