ଖବର ଆଜିର, ୧୮ ମାର୍ଚ୍ଚ, ବୁଧବାର
*ଖବର ଆଜିର, ୧୮ ମାର୍ଚ୍ଚ, ବୁଧବାର*
===================
ଆଗାମୀ ୫ ଦିନ କାଳବୈଶାଖୀ, ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି।
ବିଧାନସଭାରେ ଏସ୍ସିବି ତାତି; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନ ଆଗୁଆ ପଦକ୍ଷେପ, ପଶୁ ପକ୍ଷୀଙ୍କ ପାଖରେ ଲଗାଯିବ କୁଲର ଓ ଫ୍ୟାନ।
ଭୁବନେଶ୍ୱର:କଳାବଜାରରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୩ ହଜାର,ହାତ ମିଳାଇଛନ୍ତି ଏଜେନ୍ସି ଓ ଗ୍ୟାସ୍ ଦୋକାନୀ। ରାସ୍ତାକଡ଼ ଦୋକାନୀଙ୍କ ବେପାର ବନ୍ଦ।
ଭୁବନେଶ୍ୱର ରେଳବାଇ ଚାକିରି ନାଁରେ ୧୦ ଲକ୍ଷ ଠକେଇ, ରାଉରକେଲାରୁ ଠକ ଗିରଫ।
କ୍ରସ ଭୋଟିଂ ପରେ କଂଗ୍ରେସରୁ ତିନି ବିଧାୟକ ନିଲମ୍ୱିତ। ବିଧାୟକ ରମେଶ ଜେନା, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସସ୍ପେଣ୍ଡ।
କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ। ନୋଟିସ ଜାରି କରି ଜବାବ ମାଗିଲେ ବିରୋଧୀ ଦଳ ମୁଖ୍ୟ ସଚେତକ।
ବଡ଼ଚଣା ମହାଦେଇ ପୁରରେ ଜଳିଗଲା ୫ ବଖରା ଘର, ସମସ୍ତ ଆସବାବପତ୍ର ସହ ବିଭିନ୍ନ ସାମଗ୍ରୀ ଜଳି ନଷ୍ଟ।
ସୁନ୍ଦରଗଡ଼: 'ଉଲ୍ଲାସ'କୁ ଉତ୍କଣ୍ଠା ଉଣା, ମାଗଣା ଶିକ୍ଷାଦାନକୁ କୁନ୍ଥୁକୁନ୍ଥୁ ଲୋକ।
ରାୟଗଡ଼ା ସହର:ଡିକି ଭାଙ୍ଗି ଲୁଟିନେଲେ ୧୦ ଭରି ସୁନା ଅଳଙ୍କାର, ସିସିଟିଭି ଯାଞ୍ଚ୍ କରୁଛି ପୁଲିସ।
କଳାହାଣ୍ଡି କୋକସରାରେ ତାଣ୍ଡବ ରଚିଲା କାଳବୈଶାଖୀ ବର୍ଷା ସହ କୁଆ ପଥର ମାଡ଼, ଜନ ଜୀବନ ଅସ୍ତବ୍ୟସ୍ତ।
କେନ୍ଦ୍ରାପଡା ରାଜନଗର ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡାକଡି।
ମୟୁରଭଞ୍ଜ ଉଦଳାରେ ଉତ୍ତର କହିପାରିଲା ନାହିଁ ବୋଲି ଶିକ୍ଷୟିତ୍ରୀଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ରଙ୍କ ଗୁରୁତର ଅଭିଯୋଗ, ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର।
ଭଦ୍ରକ:ମା’ ଭଦ୍ରକାଳୀଙ୍କ ପୀଠରେ ଅଗ୍ନିକାଣ୍ଡ, ଜଳିଗଲା ପୂଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ଆସବାବପତ୍ର।
ସାବଧାନ! ଗାଁରେ ବୁଲୁଛି ବାଘ, ମାରି ଖାଇଲା ବଳଦ। ମୋହନା ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ। ଗୋଟିଏ ବଳଦ ମାରି ଖାଇବା ସହ ଆଉ ଦୁଇଟି ଗୋରୁ ଆହତ।
ହର୍ମୁଜରୁ LPG ଜାହାଜକୁ ସୁରକ୍ଷିତ ଭାବରେ ଭାରତକୁ ଆଣିବାରେ ସଫଳ ହେଲେ ଓଡ଼ିଆ ପୁଅ; ଚର୍ଚ୍ଚାରେ ‘ନନ୍ଦାଦେବୀ’ର ସାରଥୀ ଧୀରଜ ଅଗ୍ରୱାଲ।
ରମଜାନରେ ମରିଗଲା ପାକିସ୍ତାନର ମଣିଷପଣିଆ, ଆଫଗାନ ହସ୍ପିଟାଏଲରେ ଏୟାର ଷ୍ଟ୍ରାଇକରେ ୪ ଶହ ମୃତ।
ନୂଆ ଦିଲ୍ଲୀ:ଆର୍ମେନିଆ, ଆଜରବୈଜାନ ଦେଇ ଇରାନ ଛାଡୁଛନ୍ତି ଭାରତୀୟ।
ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ପ୍ରଶାସନରେ ଫାଟ, ଇସ୍ତଫା ଦେଲେ ଶୀର୍ଷ ଗୁଇନ୍ଦା ଅଧିକାରୀ।
===================
ଆଜି ବିଶ୍ୱ ରିସାଇକ୍ଲିଙ୍ଗ ଦିବସ
ଆଜି ଜନ୍ମଦିନ: ଶଶୀ କପୁର, ଏକନାଥ ସୋଲକର, ରତ୍ନା ପାଠକ, ଆଲିଶା ଚିନାଇ, ନବୀନ ନିଶ୍ଚଲ, ଦେବେନ୍ଦ୍ର ଶର୍ମା (ଆଳି)
ଆଜି ତିରୋଧାନ: ଅଗଷ୍ଟସ ଡି ମୋରଗାନ
ଇତିହାସରେ ଆଜି: (୧୯୧୯) ଭାରତରେ ବ୍ରିଟିଶ ଦ୍ୱାରା ରୋଲାଟ ଆକ୍ଟ ପାରିତ/ (୧୯୪୦) ଆମେରିକା ଓ ଫ୍ରାନସ ବିରୁଦ୍ଧରେ ହିଟଲର ଓ ମୁସୋଲିନୀ ଙ୍କ ସନ୍ଧି