logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡିଏମଏଫ୍-ଉଦ୍ୟମୀ ସଚେତନତା ରଥର ଶୁଭ ଉଦଘାଟନ।

ଡିଏମଏଫ୍-ଉଦ୍ୟମୀ ସଚେତନତା ରଥର ଶୁଭ ଉଦଘାଟନ।

କେନ୍ଦୁଝର:୧୭/୦୩, ଜିଲ୍ଲାରେ ଉଦ୍ୟମୀତାକୁ ପ୍ରୋତ୍ସାହନ ଓ ସଚେତନତା ସୃଷ୍ଟି ପାଇଁ ଡିଏମଏଫ୍-ଉଦ୍ୟମୀ ସଚେତନତା ରଥ ଆଜି ଶୁଭ ଉଦ୍ଘାଟନ କରାଯାଇଛି।ଏହି ସଚେତନତା ରଥ କେନ୍ଦୁଝର ଜିଲ୍ଲାର ୭ଟି ଖଣି ପ୍ରଭାବିତ ବ୍ଲକର ଗ୍ରାମୀଣ ଅଞ୍ଚଳକୁ ପରିଦର୍ଶନ କରି ଲୋକମାନଙ୍କୁ ଉଦ୍ୟମୀତା, ସ୍ୱୟଂରୋଜଗାର ସୁଯୋଗ, ସରକାରୀ ଯୋଜନା ଓ ଆର୍ଥିକ ସହାୟତା ବିଷୟରେ ସଚେତନ କରିବ। ବିଶେଷ କରି ଯୁବକ ଓ ଯୁବତୀମାନଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରେରଣା ଦିଆଯିବ। ଏହି ରଥକୁ ମାନ୍ୟବର କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ବିଶାଳ ସିଂହ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡ. ରୀନା ପ୍ରଧାନ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ସୁଧା ଓରାମ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ର ପରାମର୍ଶଦାତା ଓ ପୂର୍ବାଞ୍ଚଳ ମୁଖ୍ୟ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଓ ସିନିୟର ପ୍ରୋଗ୍ରାମ୍ ଅଧିକାରୀ ଶ୍ରୀ ସଚିକାନ୍ତ ମଲିକଙ୍କ ଯୋଗଦାନରେ କାର୍ୟକ୍ରମର ଶୁଭ ଉଦ୍ଘାଟନ କରାଯାଇଥିଲା।

ଉଦ୍ଘାଟନ ଅବସରରେ ଅଧିକାରୀମାନେ କହିଥିଲେ ଯେ, ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ସ୍ତରରେ ଉଦ୍ୟମୀତାକୁ ସୁଦୃଢ କରିବା ସହ ଲୋକମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା। ଏହି ପ୍ରୟାସ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମୀଣ ଅଞ୍ଚଳର ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ୱୟଂରୋଜଗାର ସୁଯୋଗ ମିଳୁଛି ଏବଂ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେଉଛି। ଏପରି ମାଇକ୍ରୋ ଉଦ୍ୟମଗୁଡ଼ିକ ଆଗାମୀ ଦିନରେ ରୋଜଗାର ସୃଷ୍ଟି ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛି Iଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା ( ଇ.ଡି.ଆଇ.ଆଇ ) ଦ୍ୱାରା ରୂପାୟଣ ହେଉଥିବା ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୩୫୦୦ ଟି ନୂତନ ବ୍ୟବସାୟ/ଉଦ୍ୟମ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି।
ଉଦ୍ଘାଟନ ଅବସରରେ ଅଧିକାରୀମାନେ ଉଦ୍ୟମୀତାର ଗୁରୁତ୍ୱ ଉଲ୍ଲେଖ କରି ସ୍ଥାନୀୟ ଜୀବିକା ଓ ଆର୍ଥିକ ଉନ୍ନତିରେ ଏହାର ଭୂମିକାକୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଏହି କାର୍ୟକ୍ରମର ସୁଯୋଗ ଉପଲବ୍ଧ କରି ଲାଭାନ୍ୱିତ ହେବା ପାଇଁ ଆହ୍ୱାନ କରାଯାଇଥିଲା।ଡିଏମଏଫ୍-ଉଦ୍ୟମୀ ପ୍ରୟାସ ଜିଲ୍ଲାରେ ସ୍ୱାବଲମ୍ବନ ଓ ଉଦ୍ୟମୀତା ସଂସ୍କୃତିକୁ ସୁଦୃଢ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।ଏହି କାର୍ଯ୍ୟକ୍ରମ କୁ ଇ.ଡି.ଆଇ.ଆଇ ର ଜିଲ୍ଲା କାର୍ଯ୍ୟକ୍ରମ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲା ବେଳେ ପ୍ରୋଗ୍ରାମ ଅଫିସର ଆଦିତ୍ୟ ମହାନ୍ତି ଏବଂ ଅରବିନ୍ଦ ବେହେରା ଓ ବ୍ଲକର ପ୍ରୋଗ୍ରାମ ଅଫିସର ସହଯୋଗ କରିଥିଲେ।

(ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ)

23
1445 views

Comment