logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶିଶୁ ଅଧିକାର ସୁରକ୍ଷା ପାଇଁ ପ୍ରଶିକ୍ଷଣ ଶିବିର: ବାଲ୍ୟବିବାହ ଓ ଶିଶୁଶ୍ରମ ବିରୋଧରେ ଜୋରଦାର ପଦକ୍ଷେପ।

ଶିଶୁ ଅଧିକାର ସୁରକ୍ଷା ପାଇଁ ପ୍ରଶିକ୍ଷଣ ଶିବିର: ବାଲ୍ୟବିବାହ ଓ ଶିଶୁଶ୍ରମ ବିରୋଧରେ ଜୋରଦାର ପଦକ୍ଷେପ।

ଘଷିପୁରା: ୧୭/୦୩ (ଖଣ୍ଡାଧାର ନିଉଜ) ଘଷିପୁରା ବ୍ଲକ ତରଫରୁ ଘସିପୁରା ଆସ୍ପାୟାର୍ ମୁଖ୍ୟ ସଞ୍ଜୋଜୋକ ସୁଦର୍ଶନ ପ୍ରଧାନଙ୍କ ସମେତ ବିଜୟ କୁମାର ପରିଡା ଏବଂ ସ୍ୱରୂପ କୁମାର ସାମଲଙ୍କ ପରିଚାଳନାରେ ନନ୍ଦିନିଦେବି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ସମିତିର ୫୦ ଜଣ ସଦସ୍ୟମାନଙ୍କୁ ନେଇ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ନନ୍ଦିନୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୌସୁମୀ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ କିଛି ଶିକ୍ଷା ସମ୍ବନ୍ଧୀୟ ଉଦବୋଧନ ଦେଇଥିଲେ। ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରୁ କିପରି ଶିଶୁଶ୍ରମିକ ବାଲ୍ୟବିବାହ ଜନିତ ଅନେକ କୁସଂସ୍କାର ଦୂର ହୋଇପାରିବ ଏବଂ ଆଗାମୀ ଦିନରେ ଏହି ସଦସ୍ୟମାନେ ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସହଯୋଗ କରିବେ ଏବଂ ଛାତ୍ରଛାତ୍ରୀଙ୍କର ତ୍ରୁଟି ଜନିତ ଶିକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍ ଖୋଲିବାରେ ସହଯୋଗ କରିବେ ଏହି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଗୌତମ ଓଝା, ଦୀପକ କୁମାର ସାହୁ, ଜ୍ୟୋତିରଞ୍ଜନ ଭୂୟାଁ, ତପନ କୁମାର ହେମ୍ବ୍ରମ, ଶୁଭଦାୟିନୀ ମିଶ୍ର, ସଂଘମିତ୍ରା ଜେନା, ସନ୍ତୋଷ କୁମାର ମଲ୍ଲିକଙ୍କ (ଆସ୍ପାୟାର ମିଡ଼ିଆ) ସମେତ ସମସ୍ତ ଏଲଏଫ ଏବଂ ଜିପିସିଏମ୍ ସହଯୋଗ କରିଥିଲେ। (ବିଜୟ ଜେନାଙ୍କ ରିପୋର୍ଟ)

9
1005 views

Comment