ତନ୍ମୟୀ ମଲ୍ଲିକଙ୍କ ସ୍ମୃତିରେ ମହମବତି ଶୋକ ଶୋଭାଯାତ୍ରା।
ତନ୍ମୟୀ ମଲ୍ଲିକଙ୍କ ସ୍ମୃତିରେ ମହମବତି ଶୋକ ଶୋଭାଯାତ୍ରା।
ଘଷିପୁରା: ୧୮/୦୩ (ଖଣ୍ଡାଧାର ନିଉଜ) ରାମଚନ୍ଦ୍ରପୁର ପଞ୍ଚାୟତ ନୁଆଗାଁ ଗ୍ରାମରେ ନୂଆଗାଁ ଆମ୍ବେଦକର ସେବାସଂଘ ପକ୍ଷରୁ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚବର୍ଷୀୟ ଶିଶୁକନ୍ୟା ତନ୍ମୟୀ ମଲ୍ଲିକଙ୍କ ସ୍ମୃତିରେ ଏକ ମହମବତି ଶୋକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସଂଘ ସଭାପତି ପ୍ରଶାନ୍ତ କୁମାର ଜେନାଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଶୋକ ଶୋଭାଯାତ୍ରା ମଙ୍ଗଳା ମନ୍ଦିର ନିକଟରୁ ବାହାରି ଜେନାପଦା ଗ୍ରାମ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା। ଶୋକ ଶୋଭାଯାତ୍ରାରେ ଯୋଗଦେଇଥିବା ଯୁବକମାନେ ହାତରେ ମହମବତି ଧରି ଶିଶୁର ଅମର ଆତ୍ମାର ଶାନ୍ତି କାମନା କରିଥିଲେ ଏବଂ ମର୍ମନ୍ତୁଦ ଦୁର୍ଘଟଣା ପ୍ରତି ଦୁଃଖ ପ୍ରକାଶ କରିଥିଲେ। ଏଥିରେ ସଂଘର ସଦସ୍ୟ ମାୟାଧର ମଲ୍ଲିକ, ଦିବ୍ୟରଂଜନ ଜେନା, ପ୍ରତାପ ଜେନା, କାର୍ଷିକ ଜେନା, ଆଲୋକ ଜେନା, ତୋଫାନ ଜେନା ସହିତ ୫୦ରୁ ଅଧିକ ଯୁବକ ଶୋକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। (ବିଜୟ ଜେନାଙ୍କ ରିପୋର୍ଟ)