ଗୋବରାବେଡା ଗ୍ରାମ୍ୟ ଜଙ୍ଗଲରୁ ୩ ଟ୍ରିପ ଆକାଶିଆ କାଠ ଜବଦ।
ଗୋବରାବେଡା ଗ୍ରାମ୍ୟ ଜଙ୍ଗଲରୁ ୩ ଟ୍ରିପ ଆକାଶିଆ କାଠ ଜବଦ।
ପାଟଣା-୧୭/୦୩ (ଖଣ୍ଡାଧାର ନିଉଜ) ପାଟଣା ବନାଞ୍ଚଳ ଅନ୍ତର୍ଗତ ପାଟଣା ସେକ୍ସନ ପାଟଣା ବିଟ ଅଧିନ ଗୋବରାବେଡା ଗ୍ରାମରୁ ଆଜି ବେଆଇନ ଭାବେ କଟା ଯାଇଥିବା ଆକାଶିଆ କାଠ ଜବଦ କରିଛି ବନବିଭାଗ। କାଠ ଗୁଡିକୁ ଜବଦ କରିବା ପରେ ୩ ଟି ଟ୍ରାକ୍ଟର ଯୋଗେ ବନବିଭାଗ କାର୍ଯ୍ୟାଳୟ ଅଣାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ କଟା ଯାଇଥିବା ସ୍ଥାନରେ ବନପାଳ ନିରଞ୍ଜନ ସେଠୀ ଓ ଚିତ୍ତରଞ୍ଜନ ପରିଡ଼ା, ବନରକ୍ଷୀ ରାଜେଶ ଜେନା ଙ୍କ ସହିତ ପାରା ସ୍କୁଆଡ଼ ଘଟଣା ସ୍ଥଳକୁ ଯାଇ କାଠ ଗୁଡିକୁ ଜବଦ କରିଥିଲେ। କାଠ ଗୁଡିକର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ଜବତ କାଠ କୁ ପୁଟୁଳିଆ ରେ ନୂତନ ଭାବେ ଆରମ୍ଭ ହୋଇ ଥିବା କାଠ ଡିପୋ ରେ ଜିମା ଦିଆଯାଇଛି। (ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)