ସୁବେଦାର ଦେବରାଜ ମହାନ୍ତ ଙ୍କ ବିୟୋଗ ରେ ଶୋକାକୁଳ ପରିବେଶ।
ସୁବେଦାର ଦେବରାଜ ମହାନ୍ତ ଙ୍କ ବିୟୋଗ ରେ ଶୋକାକୁଳ ପରିବେଶ।
ପାଟଣା :୧୭/୦୩, (ଖଣ୍ଡାଧାର ନିଉଜ) ଆଜି ତ୍ରିବିନ୍ଧା ତୁରୁମୁଙ୍ଗା ନିବାସୀ ସୁବେଦାର ଦେବରାଜ ମହାନ୍ତ , ଭୁବନେଶ୍ଵର ଉତ୍କଳ ହସ୍ପିଟାଲ ରେ ଥାଲାସେମିଆ ରୋଗର ପୀଡିତ ହୋଇଥିବା ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ। ମୃତ୍ୟ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କର ମର ଶରୀର ତାଙ୍କ ପୈତୃକ ବାସଭବନରେ ପହଞ୍ଚି ବା ପରେ ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ଖବର ପାଇ ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘ ପାଟଣା ସାହାରପଡା ର ସଦସ୍ୟ ମାନେ ତାଙ୍କ ପୈତୃକ ବାସଭବନରେ ଉପସ୍ଥିତ ରହି ଶେଷ ସମ୍ମାନ ସ୍ଵରୁପ ଜାତୀୟ ପତାକା କୁ ତାଙ୍କ ମର ଶରୀର ଉପରେ ଦେଇ ପୁଷ୍ପାଞ୍ଜଳୀ ଅର୍ପଣ କରି ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ଓ ଅମର ଆତ୍ମା ର ସଦଗତି କାମନା କରିବା ସହିତ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଏହି ପୂଣ୍ୟ କାର୍ଯ୍ୟ ରେ ସଂଘର ଉପସଭାପତି ଓ ସମ୍ପାପଦକ ଙ୍କ ସହିତ ଆସୋସିଏସନ୍ ର ସଦସ୍ୟ ଗଣ ପ୍ରମୁଖ ଉପସ୍ଥିତ ଥିଲେ। (ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ)