କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣି ଝଡ଼ରେ ଆହତଙ୍କୁ ଡାକ୍ତରଖାନରେ ଭେଟିଲେ ସାଂସଦ ଅନନ୍ତ ନାୟକ।
କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣି ଝଡ଼ରେ ଆହତଙ୍କୁ ଡାକ୍ତରଖାନରେ ଭେଟିଲେ ସାଂସଦ ଅନନ୍ତ ନାୟକ।
କେନ୍ଦୁଝର,୧୭/୦୩, କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଥିବା ଘୂର୍ଣ୍ଣି ଝଡ଼ରେ ଆହତ ହୋଇ ଚିକିତ୍ସାଧୀନ ମାନଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଭେଟି ସେମାନଙ୍କ ଆରୋଗ୍ୟ ସ୍ଥିତି ବିଷୟରେ ପଚାରି ବୁଝିଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ। ଡାକ୍ତରମାନଙ୍କ ସହ ଆଲୋଚନା କରି ଆହତମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅନୁରୋଧ କରିବା ସହିତ ସେମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ । ଏହି ଭଳି ପ୍ରାକୃତିକ ବିପଦରେ ପ୍ରଭାବିତ ସମସ୍ତ ପରିବାରଙ୍କ ସହ ଆମେ ଅଛୁ ଏଣୁ ବ୍ୟସ୍ତ ତଥା ଭାଙ୍ଗିନପଡ଼ି ଧର୍ଯ୍ୟ ଧରିବାକୁ ଅନୁରୋଧ କରିବା ସହିତ ସରକାର ସର୍ବଦା ସମସ୍ତ ପରିସ୍ଥିତିରେ ଆପଣମାନଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସାଂସଦ ଅନନ୍ତ ନାୟକ। (ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)