କେନ୍ଦୁଝରଗଡ ପୁରୁଣା ସହର ସନ୍ନିକଟ ହୁଡକୋ କୋଲନୀ ମୁଖ୍ଯ ରାସ୍ତାରେ ଦୁର୍ଘଟଣା!
କେନ୍ଦୁଝରଗଡ ପୁରୁଣା ସହର ସନ୍ନିକଟ ହୁଡକୋ କୋଲନୀ ମୁଖ୍ଯ ରାସ୍ତାରେ ଦୁର୍ଘଟଣା!
କେନ୍ଦୁଝର:୧୭/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝରଗଡ ପୁରୁଣା ସହର ସନ୍ନିକଟ ହୁଡକୋ କୋଲନୀର ମୁଖ୍ଯ ଯାତାୟାତ ସର୍ବସାଧାରଣଙ୍କ ରାସ୍ତାରେ ବାରମ୍ବାର ବେପରୁଆ ଦ୍ରୁତଗତିରେ ମଟରଯାନ, ମଟରସାଇକେଲ ଓ ସ୍କୁଟର ଚାଳନାରେ ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ହୁଡକୋ କୋଲନୀର ଅଧିବାସୀଗଣ ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ୪:୩୦ ସମୟରେ ପୁନର୍ବାର ସେହି ସର୍ବସାଧାରଣଙ୍କ ଯାତାୟାତ ରାସ୍ତାରେ ବେପରୁଆ ଦ୍ରୁତଗତିରେ ଗାଡିଚଳାଇ ଯାଉଥିବା ସମୟରେ ଦୁର୍ଘଟଣା ହେଇଥିଲା। ଯାହାଫଳରେ ସ୍ଥାନୀୟ ହୁଡକୋ କୋଲନୀର ଅଧିବାସୀଗଣ ଏବଂ ବେପରୁଆ ଗାଡୀ ଚାଳକ ମଧ୍ୟରେ ହାତାହାତି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା କାରଣରୁ ସ୍ଥାନୀୟ ହୁଡକୋ କୋଲନୀର ଅଧିବାସୀଗଣ କେନ୍ଦୁଝର ଟାଉନ୍ ପୋଲିସ କୁ ସୂଚନା ଦେଇଥିଲେ। ଟାଉନ୍ ପୋଲିସ ତରଫରୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା କରିଥିବା ଗାଡି ଓ ଚାଳକଙ୍କୁ ଥାନାକୁ ନେଇଥିଲେ। ଘଟଣା ସ୍ଥଳରେ ଶାନ୍ତି ଓ ଶ୍ରୁଙ୍ଖଳା ରକ୍ଷା କରିବାରେ ଟାଉନ୍ ପୋଲିସ ସଫଳ ହୋଇଯାଇଛି। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା କଥା ହୁଡକୋ କଲୋନୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଛି।ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ତରଫରୁ ହମ୍ପସ କରା ନଯିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏପରିକି ସ୍କୁଲ ଯାଉଥିବା ପିଲା ଓ ଅନେକ ଗାଈ ଗୋରୁ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଗଣେଶ ଶିକ୍ଷା କେନ୍ଦ୍ର ପୋଲ ପର୍ଯ୍ୟନ୍ତ ହମ୍ପସ ନିର୍ମାଣ କରିବା ନିତାନ୍ତ ଆବଶ୍ୟକତା ରହିଛି। ଦ୍ରୁତ ଗତିରେ ଯାଉଥିବା ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟୁଛି। ଏହାର ପ୍ରତିକାର ସ୍ୱରୂପ ଯଦି ହମ୍ପସ ତିଆରି କରା ନଯାଏ ତେବେ ଆଗାମୀ ଦିନରେ ଏଠି ଶିଶୁ ମାନଙ୍କର ଅକାଳରେ ଜୀବନ ଯିବାର ସମ୍ଭାବନା ରହୁଛି ମତବ୍ୟକ୍ତ କରିଛନ୍ତି।