logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାନ୍ତରାପୁର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ।

ସାନ୍ତରାପୁର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ।

କେନ୍ଦୁଝର,ତା୧୭/୩- ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଠାରେ ଥିବା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଶତପଥୀ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାମ୍ବାଦିକ ସଞ୍ଜୟ କୁମାର ସାହୁ। ନିମନ୍ତ୍ରିତ ହୋଇ ମଞ୍ଚାସୀନ ଥିଲେ ବିଦ୍ୟାଳୟର ସଭାପତି ନିର୍ମଳ ଚନ୍ଦ୍ର ମହାନ୍ତ।ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ତଥା ଧାର୍ମିକ ବ୍ଯକ୍ତି ଜୟଦେବ ପଣ୍ଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ମୁରଲୀଧର ସିଂହ,ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ବବିତା ସିଂହ, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ରମେଶ ଚନ୍ଦ୍ର ମହାନ୍ତ , ସାମ୍ବାଦିକ ନୃସିଂହ ନାଥ ସିଂ,ଜିଲ୍ଲା ଓଷ୍ଟାର ଉପସଭାପତି ମନୋଜ ପଣ୍ଡା, ରାଜ୍ୟ ଓଷ୍ଟାର ପୂର୍ବତନ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ, ଶାନ୍ତନୁ କୁମାର ସିଂହ, ଶିକ୍ଷକ ପଞ୍ଚାନନ ବେହେରା, ହରିଶ ବାରିକ,ଜ୍ଞାନରଞ୍ଜନ ଦେଓ ,ରମେଶ ଚନ୍ଦ୍ର ମହାନ୍ତ ମଞ୍ଚାସୀନ ହୋଇଥିଲେ। ବାର୍ଷିକ ବିବରଣୀ ପାଠ କରିଥିଲେ ବରିଷ୍ଠ ଶିକ୍ଷକ ଟଙ୍କଧର ମହାନ୍ତ। ଅତିଥି ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ବିଦ୍ୟାଳୟର ସୁନାମ କଥା କହିବା ସହିତ ବିଦ୍ୟାଳୟର ଉତ୍ତୋରତ୍ତର ସଫଳତା କାମନା କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ସଭିଙ୍କୁ ବିମୋହିତ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
305 views

Comment