logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଲ୍ଲିପଶି ଠାରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ମିରିଗିଖୋଜି ଦଳ ଚମ୍ପିୟାନ।

ମଲ୍ଲିପଶି ଠାରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ମିରିଗିଖୋଜି ଦଳ ଚମ୍ପିୟାନ।

କେନ୍ଦୁଝର,ତା୧୭/୩- ସ୍ବାମପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଠାରେ ୨୫ତମ ଦିବାରାତ୍ର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାବା ମଲ୍ଲିକେଶ୍ୱର ଭଲିବଲ୍ ସଂଘର ଉପଦେଷ୍ଟା ତଥା ମୁଖ୍ୟ ପାର୍ଥସାରଥି ବେଜଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ମୂଷାଖୋରି ପଞ୍ଚାୟତ ସରପଞ୍ଚ ଭାମାମଣି ଦାସ, ସମ୍ମାନିତ ଅତିଥିଭାବେ ଚୀନାମାଳିପଶି ପଞ୍ଚାୟତ ସମିତି ସଭ୍ଯ ବିଶ୍ଵନାଥ ନାଏକ ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ନାୟକ, ସମାଜସେବୀ ହିମାଂଶୁ ବିଶ୍ୱାସ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖେଳରେ ରାଇରଙ୍ଗପୁର, ତେଲକୋଇ, ପିପିଳିଆ,ଯଶିପୁର,ଚିତ୍ରି ଓ ମିରିଗିମୁଣ୍ଡି ଦଳ ଅଂଶଗ୍ରହଣ କରିଥିଲେ। ଶେଷରେ ମିରିଗମୁଣ୍ଡି ଚମ୍ପିୟାନ ହୋଇ ନଗଦ ଅର୍ଥରାଶି ୭୦୦୦ ସହିତ ସିଲ୍ଡ ଓ ରନର୍ସଅପ୍ ଚିତ୍ରି ଦଳକୁ ଅର୍ଥରାଶି ୫୦୦୦ଟଙ୍କା ସହିତ କପ୍ ପ୍ରଦାନ କରାଯାଇଥିଲା। ଖେଳରେ ଭାଷ୍ୟକାର ଥିଲେ କୁନାଲ କୁମାର ପଣ୍ଡା ଓ ଅଜୟ ବେଜ। ଖେଳ ପରିଚାଳନାରେ ଥିଲେ ଧର୍ମେନ୍ଦ୍ର କୁମାର ସାହୁ। ସ୍କୋରର ଦାୟୀତ୍ଵରେ ଥିଲେ ଅରୂପ ବେଜ ଓ ଲଳିତ ମହାନ୍ତ।ଭଲିବଲ୍ ସଂଘର ସତ୍ୟଜିତ ବାରିକ୍, ସୌମ୍ଯ ରଂଜନ ପଣ୍ଡା ସୁଦର୍ଶନ ରଣା, ଉମେଶ ରଣା, ବାବୁଲି ବେଜ, ଶ୍ୟାମସୁନ୍ଦର ମହାନ୍ତ,ସୁଜିତ୍ ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଖେଳକୁ ଶହ ଶହ ଦର୍ଶକ ଉପଭୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
29 views

Comment