logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜ୍ଞାନ ପ୍ରକାଶର ପ୍ରତଷ୍ଠା ଦିବସ ଅବସରରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଜ୍ଞାନ ପ୍ରକାଶର ପ୍ରତଷ୍ଠା ଦିବସ ଅବସରରେ
ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ମାଲକାନଗିରି - ୧୭/୩/୨୬


"ଜ୍ଞାନ ପ୍ରକାଶ"ର ଦଶ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନ ଧରି ପ୍ରତଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମ ଦିବସରେ ମୋଟୁ ମୁଗି ପଏଣ୍ଟ ମଧୁସୂଦନ ପାର୍କରେ ଜ୍ଞାନ ପ୍ରକାଶ ଟିମ୍
ସହିତ ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ କେକ୍ କାଟି ବିଶ୍ବ ଭ୍ରାତୃତ୍ବର ବାର୍ତ୍ତା ଦେଇ କାର୍ଯ୍ଯ ସମ୍ପାଦନ କରିଥିଲେ । ଦ୍ବିତୀୟ ଦିବସରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ଯ ଅତିଥିଭାବେ ଯୋଗଦେଇ ଜ୍ଞାନ ପ୍ରକାଶ ଏକ ଆନ୍ତର୍ଜାତୀୟ ସ୍ତରର ଶିକ୍ଷା ସମ୍ବନ୍ଧୀୟ ପତ୍ରିକା ହୋଇ ଥିବାରୁ
ମାଲକାନଗିରି ଲେଖା ପାଇଁ ଏକ ସ୍ବତନ୍ତ୍ର ଫର୍ଦ୍ଦ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଡେପୁଟି ଡାଇରେକ୍ଟର
ପ୍ଲାନିଂ ଆଣ୍ଡ୍ ମନିଟରିଂ ୟୁନିଟ ଗୋଲକ ଚନ୍ଦ୍ର ଦଳେଇ , ଅଧ୍ଯାପକ ଡଃ ରଞନ କୁମାର ସ୍ବାଇଁ ପୂର୍ବତନ ଜିଲ୍ଲା ରେଡ଼କ୍ରସ ସଂଯୋଜକ, ସୁଶ୍ରୀ ଗାୟତ୍ରୀ ଦେବୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ରକୋଣ୍ଡା, ମମତା ସଏ , ଗୋଷ୍ଠୀ ଶିକ୍ଷା ଅଧିକାରୀ, ମାଲକାନଗିରି ପ୍ରମୁଖ ଯୋଗଦେଇ ଜ୍ଞାନ ପ୍ରକାଶ ର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ବସନ୍ତ କୁମାର ରଣା ପରିଚାଳନା କରିଥିବା ବେଳେ ବରିଷ୍ଠ ସାହିତ୍ଯିକ ବିଜୟାନନ୍ଦ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ପ୍ରତିନିଧି ଭାବେ ବସନ୍ତ କୁମାର ରଣା ଓ କରୁଣାକର ମଲିକ, ମାଲକାନଗିରି ବ୍ଲକ୍ ପାଇଁ ଦୀନବନ୍ଧୁ ବେଜ,କାଲିମେଳା ବ୍ଲକ ପାଇଁ ଗୋଦାବରୀଶ ଦାସ, ପଡିଆ ବ୍ଲକ୍ ପାଇଁ ଶାରଦା ପ୍ରସାଦ ସିଂହ, ମାଲକାନଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜୟାନନ୍ଦ ରାଉତଙ୍କୁ
ମାନପତ୍ର ଓ ମୋମୋଣ୍ଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟତଃ ପଚାଶରୁ ଉର୍ଦ୍ଧ୍ବ କବି କବୟିତ୍ରୀ କବିତା ପାଠ କରି ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂଯୋଜକ ବସନ୍ତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

0
0 views

Comment