logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ‘ଏଚପିଭି’ ଟୀକାକରଣ ସଚେତନତା ଅଭିଯାନ: ମହିଳାଙ୍କ ପାଇଁ ସୁରକ୍ଷା କବଚ ସାଜିବ ଗୋଟିଏ ଡୋଜ୍ ଟୀକା।

କେନ୍ଦୁଝରରେ ‘ଏଚପିଭି’ ଟୀକାକରଣ ସଚେତନତା ଅଭିଯାନ: ମହିଳାଙ୍କ ପାଇଁ ସୁରକ୍ଷା କବଚ ସାଜିବ ଗୋଟିଏ ଡୋଜ୍ ଟୀକା।

କେନ୍ଦୁଝର. ୧୬.୦୩: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦୁଝର ପକ୍ଷରୁ କନ୍ୟା ସନ୍ତାନମାନଙ୍କୁ ଗର୍ଭାଶୟ ମୁଖ କର୍କଟ ରୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ‘ଏଚପିଭି’ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ପର୍ବତାରୋହୀ ତଥା ସାହସିକ ଅଭିଯାତ୍ରୀ ସମୀରା ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରୀମାନଙ୍କ ପାଇଁ ଏଚପିଭି ଟୀକାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସମୀରା ଖାନ କହିଥିଲେ ଯେ, "ଝିଅ ଓ ମା’ମାନେ ହେଉଛନ୍ତି ପରିବାରର ଆଧାର। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ସବୁଠାରୁ ପ୍ରଥମ। ପ୍ରତିଟି ଝିଅ ନିଜକୁ ଚିହ୍ନିବା ସହ ନିଜ ଶରୀର ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ।" ସେ ପର୍ବତାରୋହଣର ଉଦାହରଣ ଦେଇ କହିଥିଲେ ଯେ ଯେମିତି ଶିଖରରେ ପହଞ୍ଚିବା ପାଇଁ ଶାରୀରିକ ସୁସ୍ଥତା ଦରକାର, ସେମିତି ଜୀବନର ସଫଳତା ପାଇଁ କର୍କଟ ଭଳି ରୋଗରୁ ଦୂରେଇ ରହିବା ଆବଶ୍ୟକ। ଏହି ଅଭିଯାନର ମୁଖ୍ୟ ବାର୍ତ୍ତା ଥିଲା "ମାତ୍ର ଗୋଟିଏ ଡୋଜ୍ ଏଚପିଭି ଟୀକା ଆପଣଙ୍କ ଝିଅକୁ ଗର୍ଭାଶୟ ମୁଖ କର୍କଟରୁ ସୁରକ୍ଷିତ ରଖିପାରିବ"। ୯ ରୁ ୧୪ ବର୍ଷ ବୟସର ସମସ୍ତ ବାଳିକାଙ୍କ ପାଇଁ ଏହି ଟୀକାକରଣ ଅତ୍ୟନ୍ତ ଜରୁରୀ। ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟୀକା ସମ୍ପୂର୍ଣ୍ଣ ବିନାମୂଲ୍ୟରେ ଉପଲବ୍ଧ। ଏଥିପାଇଁ ୟୁ-ଉଇନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି।ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଓ କେନ୍ଦୁଝରର ସରକାରୀ ଏ.ଏନ୍.ଏମ୍./ଏଚ୍.ଡବ୍ଲ୍ୟୁ.(ଏଫ୍) ନର୍ସିଂ ତାଲିମ ଅନୁଷ୍ଠାନ ଛାତ୍ରୀମାନେ ସାମିଲ ହୋଇ ଟୀକାକରଣର ସୁଫଳ ବିଷୟରେ ଜନସାଧାରଣଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଲଷ୍ମୀକାନ୍ତ ମହାନ୍ତ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଆଶା କର୍ମୀ, ଏଏନଏମ୍, ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ଟୀକାକରଣ ଅଭିଯାନକୁ ସଫଳ କରିବା ପାଇଁ ଶପଥ ନେଇଥିଲେ।

ଖଣ୍ଡାଧାର ନିଉଜ- ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
668 views

Comment