logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦିବାସୀ ଝିଅକୁ ପ୍ରତାରଣା ପରେ ପିଲା ଜନ୍ମକରି ପ୍ରେମିକ ଫେରାର।

ଆଦିବାସୀ ଝିଅକୁ ପ୍ରତାରଣା ପରେ ପିଲା ଜନ୍ମକରି ପ୍ରେମିକ ଫେରାର।

କେନ୍ଦୁଝର,ତା୧୬/୩- ଆଦିବାସୀ ବହୁଳ କେନ୍ଦୁଝର ପରି ଜିଲ୍ଲାରେ ଏବେ ଆଦିବାସୀ ନିର୍ଯ୍ୟାତନା ବଢି ଚାଲିଛି। ଅନେକ ଆଦିବାସୀ ଝିଅ ପ୍ରତାରଣାର ଶିକାର ହୋଇ ନ୍ୟାୟ ପାଉନଥିବା ଖବର ଆସୁଛି। ସୂଚନା ମିଳିଛି କି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଂଚାୟତ ପାର୍ବତୀପୁର ଗ୍ରାମର ଅର୍ଜୁନ ମୁଣ୍ଡାଙ୍କ ଝିଅ ଜାନକୀ ମୁଣ୍ଡା(ଛଦ୍ମନାମ) ମିଥ୍ୟା ପ୍ରତିଶୃତିର ଶିକାର ହୋଇ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ନିର୍ଯ୍ୟାତନା ସହୁଛନ୍ତି। ବାରିଆ ଥାନା ଅନ୍ତର୍ଗତ ବାରିଆ ଗ୍ରାମର ଗୋପାଳ ମହାନ୍ତଙ୍କ ପୁଅ ସୁମନ୍ତ ମହାନ୍ତ ଛଳ କରି ଜାନକୀକୁ ପ୍ରେମ କରିବସିଲା କ୍ରମେ ମିଥ୍ୟା ବିବାହ ପ୍ରତିଶୃତି ପରେ ଏହା ଶାରୀରିକ ସମ୍ପର୍କର ରୂପ ନେଲା। ଏକଥା ଗ୍ରାମରେ ଜାଣିବାରୁ ସୁମନ୍ତ ବାଧ୍ୟ ହୋଇ ଜାନକୀ ସହ ଏକ ବର୍ଷ ଅଠର ଦିନ ସ୍ୱାମୀସ୍ତ୍ରୀ ପରି ଏକାଠି ରହିଥିଲା ଫଳରେ ଏବେ ସେମାନଙ୍କର ଏକ ପାଞ୍ଚ ମାସର ଝିଅ ରହିଛି। ହେଲେ ପୁଣି ସେହି ଦଗାଦିଆ ପ୍ରେମିକ ଆଉଥରେ ଜାନକୀ ଓ ଝିଅକୁ ଛାଡ଼ି ଫେରାର ହୋଇଯାଇଛି। ଏପଟେ ଜାନକୀ ଓ ଝିଅ ଏକୁଟିଆ ହୋଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ତେଣୁ ଏପରି ଠକ ସୁମନ୍ତ ମହାନ୍ତକୁ ଧରି ଦଣ୍ଡ ଦେବା ସହ ଜାନକୀ ଓ କୁନି ଝିଅକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

21
914 views

Comment