ଜ଼ିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ।
*ଜ଼ିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ l*
*କେନ୍ଦୁଝର:୧୬/୦୩* କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟିର ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ଅଧକ୍ଷତାରେ କେନ୍ଦୁଝର, ଆନନ୍ଦପୁର, ଘସିପୁରା, ପାଟଣା, ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ କଂଗ୍ରେସ ସଭାପତି ଏବଂ କର୍ମକର୍ତ୍ତାମାନେ ଯୋଗଦେଇଥିଲେ l ବୈଠକ ରେ ୬ ଗୋଟି ଦାବୀ ଉପସ୍ଥାପନ କରାଗଲା ଏବଂ ଉକ୍ତ ଦାବି କୁ ନେଇ ଯୁବ କଂଗ୍ରେସ ରାଜରାସ୍ତାରେ ବିଧାନସଭା ସ୍ତରୀୟ ଆନ୍ଦୋଳନ କରିବ ବୋଲି ନିଷ୍ପତି ନିଆଗଲା । ଦାବି ଗୁଡ଼ିକ ଯଥା *୧* . ବେକାରୀ ସମସ୍ୟାର ସମାଧାନ *୨* . କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ *୩* ବିଜୁଳି ଉପୋଭୋକ୍ତା ମାନକୁ ଟାଟା କମ୍ପାନୀ ର ମନମୁଖୀ କାର୍ଯ୍ୟ କୁ ବିରୋଧ *୪* . କୃଷି ଋଣ ଛାଡ ତଥା କୃଷକ ଭାଇ ମାନକୁ ପ୍ରୋତ୍ସାହନ ଓ ସମ୍ପୂର୍ଣ ସହଯୋଗ *୫* . ସ୍ଲୋରିପାଇପ ଲାଇନ୍ କୁ ବିରୋଧ *୬* .କେନ୍ଦୁଝରରୁ ଗୋରୁ ଚାଲାଣ ଏବଂ ବାଲି ଚୋରୀ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବୀ ରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ଜ଼ିଲ୍ଲା କଂଗ୍ରେସ ନେତୃତ୍ୱ ଯୋଗ ଦେବେ ବୋଲି ସଭାପତି ଶ୍ରୀ ଧୀର ପ୍ରକାଶ କରିଛନ୍ତି l ଏହି ଜିଲ୍ଲା କାର୍ଯ୍ୟକ୍ରମ ରେ କଂଗ୍ରେସ ଉପସଭାପତି ତଥା ସାଂସଦ ପାର୍ଥି ଶ୍ରୀଯୁକ୍ତ ବିନୋଦ ବିହାରୀ ନାଏକ ,କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ତେଲକୋଇ ନିର୍ଵାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, ଚମ୍ପୁଆ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜଗନ ଗିରିପ୍ରିୟା ସାହୁ, ଘସିପୁରା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପକ କୁମାର ମାଝୀ, ପାଟଣା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ ଓ ବରିଷ୍ଠ ଯୁବ ନେତା ରାଜୁ ଖାନ୍ ପ୍ରମୁଖ ମଞ୍ଚାସୀନ ଥିଲେ । ଜ଼ିଲ୍ଲା ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଆନନ୍ଦ ମାଝୀ, ବାବୁନ ରାଉତ, ମାନସ ବେହେରା, ବ୍ୟାସଦେବ ବେହେରା, ସଂଗ୍ରାମ ବେହେରା, ଅମିତ କୁମାର ରାଉତ, ଅଭିନାଶ ଓଝା, ଆଶିଷ ପାତ୍ର, ନିହାର କର, ବାଦଲ ବେହେରା ପ୍ରମୁଖ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିଥିଲେ।
ସୌଜନ୍ୟ ଖଣ୍ଡାଧାର ନିଉଜ।