logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାମାଜିକ କର୍ମୀଙ୍କ ପକ୍ଷରୁ ମାଗଣା ଶିକ୍ଷାଦାନ ଆରମ୍ଭ।

ସାମାଜିକ କର୍ମୀଙ୍କ ପକ୍ଷରୁ ମାଗଣା ଶିକ୍ଷାଦାନ ଆରମ୍ଭ।

ଆନନ୍ଦପୁର,୧୬।୦୩ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ଗ୍ରାମରେ ଅସହାୟ ଓ ଗରିବ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷାଦାନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ସାମାଜିକ କର୍ମୀ ଏବଂ ଯୁବ କବି ରୁକଚନ୍ ମାଝି ବିଭିନ୍ନ ଜିଲ୍ଲାରେ ଅସହାୟ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତାଙ୍କର ସହଯୋଗରେ ଚଳିତ ମାସ ପହିଲାରୁ ଜଳସୁଆଁ ଗ୍ରାମରେ ମମସ୍ମିତା ସାଙ୍କ ଦ୍ୱାରା ଏହି ମାଗଣା ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଛି।ଏଠାରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମାଗଣାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଉଛନ୍ତି। ବିଶେଷ କରି ଗରିବ, ଆଦିବାସୀ ଓ ଅସହାୟ ପରିବାରର ପିଲାମାନେ ଅର୍ଥଭାବରୁ ପାଠପଢ଼ାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କୁ ଶିକ୍ଷା ସ୍ରୋତରେ ସାମିଲ କରିବା ପାଇଁ ରୁକଚନ୍ ମାଝିଙ୍କ ଏହି ମହତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଏହି ଅବସରରେ ପ୍ରାୟ କୋଡ଼ିଏ ଜଣ ଛାତ୍ରଛାତ୍ରୀଙ୍କୁ ଖାତା, ବହି, ପେନ୍, ଚକ୍ ଓ ସିଲେଟ୍ ପ୍ରଦାନ କରାଯାଇଥିଲା। ସାମାଜିକ କର୍ମୀ ରୁକଚନ୍ ମାଝିଙ୍କ ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ବିଭିନ୍ନ ମହଳରୁ ପ୍ରଶଂସା ହେଉଥିବା ବେଳେ ସାମ୍ବାଦିକ ଗଣେଶ୍ୱର ସା ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

9
675 views

Comment