ମଲ୍ଲିପଶି ରେ ରାଜ୍ୟସ୍ତରୀୟ ଦିବା ରାତ୍ର ଭଲିବଲ ଟୁର୍ଣାମେଣ୍ଟ।
ମଲ୍ଲିପଶି ରେ ରାଜ୍ୟସ୍ତରୀୟ ଦିବା ରାତ୍ର ଭଲିବଲ ଟୁର୍ଣାମେଣ୍ଟ।
ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ର ମଲ୍ଲିପଶି ଠାରେ ରବିବାର ରାଜ୍ୟସ୍ତରୀୟ ଏକ ଦିବସୀୟ ଦିବା ରାତ୍ର ଭଲି ବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ଉଦଘାଟନି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ସମ୍ମାନୀତ ଅତିଥି ଭାବେ ପାଟଣା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଶ୍ଵନାଥ ନାୟକ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ଆଞ୍ଚଳିକ ମହାବିଦ୍ୟାଳୟ ର ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଭାମାମଣି ଦାସ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ।
ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା 6 ଟି ଟିମ୍ ଏଥିରେ ଭାଗନେଇଥିଲେ।ରବିବାର ଅନୁଷ୍ଠିତ ଫାଇନାଲ ଖେଳ କେନ୍ଦୁଝର ଜିଲ୍ଳା ମିରିଗୀମୁଣ୍ଡି ଓ ଯାଜପୁର ଜିଲ୍ଲା ର ଚିତ୍ରି ମଧ୍ୟରେ ହୋଇଥିଲା ସେଥିରେ 2-1 ସେଟ୍ ରେ ମ୍ୟାଚ୍ କୁ ଜିତି ମିରିଗିମୁଣ୍ଡି ଚାମ୍ପିଅନ ହୋଇଥିଲା। ଅବଶିଷ୍ଟ ଚାରୋଟି ଦଳ ରାଇରଙ୍ଗପୁର, ଯଶିପୁର, ତେଲକୋଇ ଓ ପିପିଲିଆ ମଧ୍ୟ ସୁନ୍ଦର ଖେଳ ଖେଳି ଉପସ୍ଥିତ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ । ସମସ୍ତ 6 ଗୋଟି ଦଳକୁ ସାନ୍ତ୍ୱନା ମୁଳକ ପୁରସ୍କାର 4 ହଜାର ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ଚାମ୍ପିଅନ ଦଳକୁ ଟ୍ରଫି ସହ 7 ହଜାର ଟଙ୍କା ଓ ରାନର୍ସ ଅପ ଦଳକୁ ଟ୍ରଫି ସହିତ 5 ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସୁନାମଧନ୍ୟ ଭାଷ୍ୟକାର ସଂଜୟ କୁମାର ସାହୁ, କୁନାଲ କୁମାର ପଣ୍ଡା, ଅଜୟ କୁମାର ବେଜ୍ ଏହି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ପାର୍ଥ ସାରଥି ବେଜ ଖେଳର ସଫଳତା ନିମନ୍ତେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ଖେଳକୁ ପ୍ରହଲ୍ଲାଦ ପଣ୍ଡା, ହିମାଂଶୁ ବିଶ୍ୱାସ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସୁରେନ୍ଦ୍ର ନାଥ ମହାନ୍ତ,ଅର୍ଜୁନ ମହାନ୍ତ, କେଶବ ଚନ୍ଦ୍ର ବାରିକ୍, ଈଶ୍ୱର ନାଏକ, ଆର୍ତ୍ର ତ୍ରାଣ ବେଜ୍, ରାଜା ପଣ୍ଡା, ବାବୁଲା ବେଜ୍, ବୁବୁ ବେହେରା, ଟିଟା ବାରିକ୍, ଶ୍ୟାମ ମହାନ୍ତ, ମନ ରଣ।, ସାନୁ ରଣ।, ଟଙ୍କ ରଣ।, ବାବୁ ଵେଜ୍ ତଥା କ୍ଲବ ର ସମସ୍ତ ସଦସ୍ୟ ଖେଳକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ରତ୍ନ ପତିଙ୍କ ରିପୋର୍ଟ; ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।