logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭରସା ପରିବାର ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

ଭରସା ପରିବାର ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

କରଞ୍ଜିଆ: ୧୬/୦୩ (ଖଣ୍ଡାଧାର ନିଉଜ) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭରସା ପରିବାରର ମହିଳା ସଭାନେତ୍ରୀ ମାଳତୀ ମହାନ୍ତଙ୍କ ଜନ୍ମଦିନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ ୧୬ ତାରିଖ ସୋମବାର ଦିନ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ସେଚ୍ଛାକୃତ ରକ୍ତଦାତା ସାମିଲ ହୋଇ ନିଜ ନିଜର ବହୁମୂଲ୍ୟ ରକ୍ତ ପ୍ରଦାନ କରିଥିଲେ। ଭରସା ପରିବାରର ରାଜ୍ୟ ସଭାପତି ପ୍ରତାପ ରାୟ ଏବଂ ସାଧାରଣ ସଂପାଦକ ବେଣୁଧର ମହାନ୍ତଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ନଗେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚିକିତ୍ସାଳୟର ଉପ ପରିଚାଳିକା ଡାକ୍ତର ଅନିତା ସିଂ, କରଞ୍ଜିଆ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ଦିବ୍ୟପ୍ରସାଦ ସାହୁ, କରଞ୍ଜିଆ ପ୍ରେସ୍ କ୍ଳବ ସଂପାଦକ କର୍ଣ୍ଣାର୍ଜୁନ ସାହା, ଗଣମାଧ୍ୟମ ପ୍ରତିନିଧି ଜିତେନ୍ଦ୍ର ରାଜ୍ଯୋଗ ଶିବିର କୁ ଉଦଘଟନ କରିଥିଲେ। ଶିବିର ପରିଚାଳନା ରେ ମନୋଜ କୁମାର ରାଉତ, ବୃଷଭ ମହାନ୍ତ, ସୌଭାଗ୍ୟ ମଲ୍ଲିକ, ବୁଧୁରାମ ମହାନ୍ତ, ରଣଜିତ ନାଟକ, ପିଣ୍ଟୁ ମହାନ୍ତ, ଶଶିକାନ୍ତ ରାଉତ୍ , ବାପୁନ ମହାନ୍ତ, ଅନୁପମା କାରୁଆ, ସଞ୍ଜୟ ମହାନ୍ତ, ଝରଣା, ସିପୁ ନାଏକ, ରଞ୍ଜନ ମହାନ୍ତ, ରଞ୍ଜନା ମହାନ୍ତ, ଅଶୋକ କୁମାର ମହାନ୍ତ, ଦେବରଞ୍ଜନ ଦେଓ, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। (କରଞ୍ଜିଆ ରୁ କର୍ଣ୍ଣାଜୁନ ସାହା ଙ୍କ ରିପୋର୍ଟ)

8
1264 views

Comment