logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଘୂର୍ଣିଝଡ ତଫାନ ବିଭୀଷିକା ପରେ ସ୍ଥିତି ପରଖିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଏସ. ପି, କଂଗ୍ରେସ ଏବଂ ବିଜେଡି ନେତା।

ଘୂର୍ଣିଝଡ ତଫାନ ବିଭୀଷିକା ପରେ ସ୍ଥିତି ପରଖିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ, ଏସ. ପି, କଂଗ୍ରେସ ଏବଂ ବିଜେଡି ନେତା।

କରଞ୍ଜିଆ -୧୬/୦୩ (ଖଣ୍ଡାଧାର ନିଉଜ) ଗତକାଲି କରଞ୍ଜିଆ ବ୍ଲକ ଅନ୍ତର୍ଗତ ୫ ଟି ଗ୍ରାମ ରେ ଘୁର୍ଣ୍ଣିଝଡ଼ କାରଣରୁ ହୋଇଥିବା ବ୍ୟାପକ କ୍ଷୟ କ୍ଷତି ପରେ ପରେ ବିଭିନ୍ନ ରାଜନୈତିକ ଦଳ ର ନେତା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିବା ସହିତ କ୍ଷତିଗ୍ରସ୍ତ ଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଅଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଭୁବନେଶ୍ୱର ରୁ ରାଜ୍ୟସଭା ଭୋଟ ଦେବା ପରେ ସର୍ବ ପ୍ରଥମେ କେନ୍ଦୁଝର ଯାଇ ଗୁରୁତ୍ବର ଓ ଆହତ ପୀଡିତଙ୍କୁ ଭେଟି ତାଙ୍କ ଚିକିତ୍ସା ବ୍ୟବସ୍ଥା ଓ ସ୍ଥିତି ସମ୍ପର୍କରେ ଡାକ୍ତର ଙ୍କ ସହିତ ଆଲୋଚନା ପରେ ଅପରାହ୍ନ ୪ ଘଟିକା ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ ଉପସ୍ଥିତ ଜିଲ୍ଲାପାଳ ହେମକାନ୍ତ ସୟ, ଏସପି ବରୁଣ ଘୁଣ୍ଟୁପାଲି, ଆଇଟିଡିଏ ପିଏ ଚିତ୍ତ ରଞ୍ଜନ ମହନ୍ତ, ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ବିଡ଼ିଓ ପ୍ରଦ୍ୟୁଣ୍ୟା ନାୟକ, ଏସଡ଼ିପିଓ ନବ କ୍ରିଷ୍ଣ ନାୟକ ଓ ଅନ୍ୟ ପଦାଧିକାରୀ ଙ୍କ ସହିତ ଉଦ୍ଧାର ଓ ରିଲିଫ ବଣ୍ଟନ ର ସ୍ଥିତି ସମୀକ୍ଷା କରିଥିଲେ।
ଆଜି ସକାଳେ ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସପି ବରୁଣ ଗୁଣ୍ଟୁପଲ୍ଲୀ, ପ୍ରଶାସନ ର ବରିଷ୍ଠ ପଦାଧିକାରୀ ସ୍ଥାନୀୟ ସରପଞ୍ଚ ସ୍ମିତା ନାଏକ ଙ୍କ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହା ବ୍ୟତୀତ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ବରିଷ୍ଠ ନେତା ସଞ୍ଜୀବ ମହାନ୍ତି, ଜିଲ୍ଲା ଉପସଭାପତି ଆଶିଷ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଜନାର୍ଦ୍ଦନ ବେହେରା, ନାରୀନେତ୍ରୀ ସୁନାମଣୀ ହୋ, ଦିଲ୍ଲୀପ ମହାନ୍ତ, ପୁଷ୍ପାଞ୍ଜଳି ସିଧୁ, ସମ୍ବିଧାନ ମହାପାତ୍ର, କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ବିନୋଦ ବିହାରୀ ନାଏକ, ପିସିସି ସମ୍ପାଦକ ଲକ୍ଷ୍ମୀଧର ସିଂ, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଯବାମଣୀ ଟୁଡୁ ଙ୍କ ସହିତ ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା, ବିଜେଡି ପକ୍ଷରୁ ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ୍ୟ ଅଭିଷେକ ପଟ୍ଟନାୟକ, ଆଦିବାସୀ ନେତା ଚକ୍ରଧର ହେମ୍ବ୍ରମ ଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ରହି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହିତ ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।
ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କ ନିମନ୍ତେ ପଲିଥିନ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କ୍ଷୟ କ୍ଷତି ର ସର୍ଭେ ପରେ କ୍ଷତିପୂରଣ ଓ ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଅଗ୍ନିଶମ ବିଭାଗ ଓ ଅନ୍ୟ କର୍ମଚାରୀ, ସ୍ବେଚ୍ଛାସେବୀ ଙ୍କ ସହଯୋଗ ରେ ଗଛକଟା ଓ ଅନ୍ୟାନ୍ୟ କାର୍ଯ୍ୟ ଜାରିରହିଛି। ସ୍ଥାନାନ୍ତର ହୋଇଥିବା ଆହତ ମାନଙ୍କ ସ୍ଥିତି ଠିକ୍ ଥିବା ସହକାରୀ ଜିଲ୍ଲାପାଳ ନିହାର ରଂଜନ ସେଠୀ ସୂଚନା ଦେଇଛନ୍ତି। (କରଞ୍ଜିଆ ରୁ କର୍ଣ୍ଣାଜୁନ ସାହା ଙ୍କ ରିପୋର୍ଟ)

12
976 views

Comment