ବାଟହରିଚନ୍ଦନପୁର ଟେରାକୋଟା ମାର୍କେଟ କମ୍ପ୍ଲେକ୍ସ ନିକଟରେ ଦୁର୍ଘଟଣା: କାର୍ ଧକ୍କାରେ ଗାଈ ମୃତ
କେନ୍ଦୁଝର ଜିଲ୍ଲାର ବାଟହରିଚନ୍ଦନପୁର ଅଞ୍ଚଳର ଟେରାକୋଟା ମାର୍କେଟ କମ୍ପ୍ଲେକ୍ସ ନିକଟରେ ଆଜି ଦୁପର 2ଟା 40ମିନିଟ୍ ସମୟରେ ଏକ ଦୁର୍ଘଟଣା ଘଟିଛି। OD02DK5009 ନମ୍ବରର ଗୋଟିଏ କାର୍ ଏକ ଗାଈକୁ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ଘଟିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାର୍ଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ରାସ୍ତା ମଝିରେ ଥିବା ଗାଈକୁ ଧକ୍କା ଦେଇଥିଲା।