logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ଆଜିର, ୧୭ ମାର୍ଚ୍ଚ, ମଙ୍ଗଳବାର

*ଖବର ଆଜିର, ୧୭ ମାର୍ଚ୍ଚ, ମଙ୍ଗଳବାର*
=======================
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ।

ଆଜିଠୁ ଘରୋଇ ସ୍କୁଲରେ RTE ନାମଲେଖା,ପ୍ରଥମ ପର୍ଯ୍ୟାୟ ପାଇଁ ୨୭୩୭୦ ଜଣ ମନୋନୀତ।

କଟକ ଏସସିବିର ICUରେ ଭୟାବହ ଅଗ୍ନିକାଣ୍ଡ : ମିଳିଲା ୧୨ମୃତକଙ୍କ ପରିଚୟ।

ଏସସିବି ମେଡ଼ିକାଲ ଟ୍ରାଜେଡି : ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠିତ।

ଭୁବନେଶ୍ଵର: ରାଜ୍ୟସଭା ମତଦାନ ବେଳେ ବିଧାନସଭାରେ ହଙ୍ଗାମା। ଶାସକ-ବିରୋଧି ମୁହାଁମୁହିଁ ।

ବିଜେଡି-କଂଗ୍ରେସର ରାଜ୍ୟସଭା ରଣନୀତି ଫୁସ୍; ଆଶଙ୍କାଠୁ ବି ବେଶୀ ପଡ଼ିଲା କ୍ରସ୍ ଭୋଟିଂ।

ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା, ବିଜେଡିକୁ ନିଶାନା କଲେ ବିଜୟ ମହାପାତ୍ର; କହିଲେ,ଦଳ ଭିତରେ ଜଳୁଛି ଅସନ୍ତୋଷ, ଆଗକୁ ଓଡିଶାରେ ହେବ ବଡ଼ ପରିବର୍ତ୍ତନ।

ଭୁବନେଶ୍ୱର ଧଉଳି: ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ମାଡିଗଲା କାର୍ ୨ ମହିଳାଙ୍କ ସମେତ ୩ ମୃତ,ଜଣେ ଗୁରୁତର।

କଟକ: SCB ଅଗ୍ନିକାଣ୍ଡ ପରେ ତେଜିଲା ରାଜନୀତି, ନେତାଙ୍କ ସୁଅ,ବୟାନ ବାଜି ଜାରି।

କିଟ କିସ ହ୍ୟୁମାନିଟାରିଆନ ସମ୍ମାନ-୨୦୨୫ ଗ୍ରହଣ କଲେ ନୀତା ଅମ୍ବାନୀ, ଏହି ସମ୍ମାନ ମୋର ନୁହେଁ ସମ୍ପୂର୍ଣ୍ଣ ରିଲାଏନ୍ସ ପରିବାରର କହିଲେ।

ରାଜନଗର: ଭିତରକନିକା ଓ ଗହୀରମଥାକୁ ଜଗିବ ଡ୍ରୋନ, ବେଆଇନ ମାଛ ମାରୁଥିବା ଟ୍ରଲର ଗୁଡିକୁ କରିବ ଚିହ୍ନଟ।

ରାଜ୍ୟସଭା ନିର୍ବାଚନ: ଛେଳି , ମେଣ୍ଢା ଭଳି ମୁଣ୍ଡ ବିକିଦେଲେ ୩ ବିଧାୟକ। ଅସନ୍ତୋଷ ଝାଡ଼ିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

Gen-Z ପୁରୁଷଙ୍କ ଚିନ୍ତାଧାରା ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ; ସମସ୍ତଙ୍କର ଦରକାର ଆଜ୍ଞାକାରୀ ସ୍ତ୍ରୀ।ପାରମ୍ପରିକ ଭୂମିକାକୁ ସମସ୍ତେ କରୁଛନ୍ତି ସମର୍ଥନ।

ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର : PNG କନେକ୍ସନ୍ ଥିଲେ ୫୦୦ଟଙ୍କା ରିହାତି ମିଳିବ।

ସନରାଇଜର୍ସ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିପାରେ । ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଅଭିଷେକ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା।

ସଂସଦରେ ପୁଣି ଉଠିଲା ରନ୍ଧନ ଗ୍ୟାସ୍ ପ୍ରସଙ୍ଗ, ରାଜ୍ୟସଭାରେ ଶାସକ-ବିରୋଧୀ ମୁହାଁମୁହିଁ।

ଟଳିବ LPG ସଙ୍କଟ! ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଆଶ୍ୱସ୍ତି, ୫୪ ହଜାର ଟନ LPG ଧରି ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା ଜାହାଜ।

ଦୁବାଇ ବିମାନବନ୍ଦର ବନ୍ଦ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ସମସ୍ତ ବିମାନ ବାତିଲ।

ବ୍ୟାଙ୍କକ୍‌:ବକ୍ସିଂ ବିଶ୍ବକପ୍‌, ଚନ୍ଦ୍ରିକାଙ୍କୁ ସ୍ୱର୍ଣ୍ଣ, ଭାରତ ଜିତିଲା ୫ ପଦକ।

ୟୁକ୍ରେନକୁ ଶକ୍ତ ଝଟ୍‌କା ଦେଲା ରୁଷ୍, ଇରାନ୍ ଯୁଦ୍ଧ ମଧ୍ୟରେ ୧୭୦ ଡ୍ରୋନ୍ ଧ୍ବଂସ କଲା ମସ୍କୋ।
=======================
ଆଜି ଜନ୍ମଦିନ: ଶେଖ ମୁଜିବୁର ରହେମାନ, କଳ୍ପନା ଚାଓଲା, ସାଇନା ନେହୱାଲ, ସୁଶାନ୍ତ ସିଂ (ନେତା), ପଙ୍କଜ ଚରଣ ଦାସ (ନୃତ୍ୟଗୁରୁ, ପୁରୀ)

ଇତିହାସରେ ଆଜି: (୧୭୬୨) ନ୍ୟୁୟର୍କ ସହରରେ ପ୍ରଥମ ସେଣ୍ଟ ପାତ୍ରିକ ପ୍ୟାରେଡ଼ ଅନୁଷ୍ଠିତ/ (୧୯୦୫) ଆଲବର୍ଟ ଆଇନଷ୍ଟାଇନ ପ୍ରକାଶ କଲେ କ୍ବାଣ୍ଟମ ଥିଓରୀ ପେପର/ (୧୯୮୭) ପାକିସ୍ତାନ ବିରୁଦ୍ଧରେ ୯୬ କରି ଗାଭାସ୍କର ଶେଷ ଟେଷ୍ଟ ଖେଳିଲେ

1
611 views

Comment