logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗଣ୍ଡଳା ର ପ୍ରଭାରୀଭାବେ ଲିଟୁନ ଦାଶ ଙ୍କୁ ଦାୟିତ୍ୱ ଦେଲା ଭାଜପା !

କବିସୂର୍ଯ୍ୟନଗର-ଗଞ୍ଜାମ ଜିଲ୍ଲା ଆସିକା ସାଙ୍ଗଠନିକ ଜିଲ୍ଲା ମଣ୍ଡଳ ପ୍ରଭାରୀ ତାଲିକା ରେ ହିଞ୍ଜିଳି ନିର୍ଵାଚନ ମଣ୍ଡଳୀରୁ ଗଣ୍ଡଳା ପ୍ରଭାରୀ ଭାବେ ଲିଟୁନ ଦାଶ ଙ୍କୁ ମିଳିଲା ଗୁରୁଦାୟିତ୍ୱ | କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଭାଜପାର ପୁରାତନ ସାଙ୍ଗଠନିକ ନେତା ଲିଟୁନ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଗଣ୍ଡଳା ପ୍ରଭାରୀ ରୂପେ ଲିଟୁନ ଦାଶ ଙ୍କୁ ନିଯୁକ୍ତି ଦେଇଥିବାରୁ ଭାଜପା କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପୂର୍ବରୁ ସାଧାରଣ ନିର୍ବାଚନ ସମୟରେ ଆସିକା ସଂସଦୀୟ କ୍ଷେତ୍ର ଖଲିକୋଟ ନିର୍ଵାଚନ ମଣ୍ଡଳୀର ପ୍ରଭାରୀ ଭାବେ ସେ କାର୍ଯ୍ୟ ତୁଲାଇ ଆସିଥିଲେ | ତତ ସହିତ ଘୁମୁସର ଜିଲ୍ଲାର କୃଷକ ମୋର୍ଚ୍ଚା ଉପସଭାପତି ମଧ୍ୟ ରହି ଆସିଛନ୍ତି | ଯାହାକି ତାଙ୍କର ପୂର୍ବର କାର୍ଯ୍ୟଦକ୍ଷତାକୁ ନେଇ ଆସିକା ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ୱାଇଁ ଓ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ତାଙ୍କ ସଂସଦୀୟ କ୍ଷେତ୍ରରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଭାଜପା ରାଜ୍ୟସଭାପତି, ମୁଖ୍ୟମନ୍ତ୍ରୀ ,ଆସିକା ଏମ୍‌ପି, ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ, ଜିଲ୍ଲା ସଭାପତି,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ସମସ୍ତ ଦଳୀୟ ନେତୃବୃନ୍ଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

52
2905 views

Comment