logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିରିଡି ସାଇ ଙ୍କ ଚରଣ ପାଦୁକା ଯାତ୍ରା ନେଇ କେନ୍ଦୁଝର ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ସିରିଡି ସାଇ ଙ୍କ ଚରଣ ପାଦୁକା ଯାତ୍ରା ନେଇ କେନ୍ଦୁଝର ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କେନ୍ଦୁଝର:୧୫/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ସହରର ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସିରିଡି ସାଇ ଙ୍କ ଆସନ୍ତା ୧୬ ଓ ୧୭ ତାରିଖରେ ଏକ ଚରଣପାଦୁକା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ର ର ସିରିଡି ରୁ ସିରିଡି ସାଇ ଙ୍କ ଚରଣପାଦୁକା ଆସୁଥିବା ବେଳେ ସହର ର ମଣ୍ଡୁଆ ନିକଟରୁ ବାବା ଙ୍କର ଚରଣପାଦୁକା ଯାତ୍ରା କୁ କେନ୍ଦୁଝର ର ସିରିଡି ସାଇ ମନ୍ଦିର ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିର କୁ ଅଣାଯିବା ନେଇ ମନ୍ଦିର ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ସୁଦୂର ମହାରାଷ୍ଟ୍ର ସିରିଡି ରୁ ସାଇବାବା ଙ୍କର ମନ୍ଦିର ଟ୍ରଷ୍ଟ ର ୨୦ପୂଜକ, ମନ୍ଦିର ର ଚେୟାରମ୍ୟାନ, ଗୁରୁଜୀ ଚଦ୍ରଭାନୁ ଶତପଥୀ ଙ୍କ ସହିତ ମନ୍ଦିର ର ୨୦ ରୁ ୨୫ ଜଣ ସଦସ୍ୟ ଆସୁଥିବା ବେଳେ ସେମାନଙ୍କୁ ନେଇ ବାବା ଙ୍କର ଚରଣ ପାଦୁକା କାର୍ଯ୍ୟକ୍ରମ ହେବ। ବାଆଁପାର ସ୍ଥିତ ସିରିଡି ସାଇ ମନ୍ଦିରରେ ପହଂଚିବା ପରେ ଏକ ଆରତୀ ହେବ, ସମସ୍ତ ଭକ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ସିରିଡି ସାଇ ମନ୍ଦିର ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବା ସହିତ ସଂଧ୍ୟାରେ କେନ୍ଦୁଝର ସାଇ ମନ୍ଦିର ପକ୍ଷରୁ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରଖାଯାଇଛି। ଯେଉଁ ଭକ୍ତ ମାନେ ମହାରାଷ୍ଟ୍ର ର ସିରିଡି କୁ ଯାଇ ନ ପାରି ବାବା ଙ୍କୁ ଦର୍ଶନ କରିପାରୁନାହାନ୍ତି, ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାବା ଙ୍କର ଚରଣ ପାଦୁକା ଦର୍ଶନ କରିପାରିବେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତ ଙ୍କୁ ବାବା ଙ୍କର ପ୍ରସାଦ ବଣ୍ଟନ କରାଯିବା ନେଇ ମନ୍ଦିର ପକ୍ଷରୁ ସୂଚନା ଦେଇଛନ୍ତି। (ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

14
641 views

Comment