ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ରାଜନୈତିକ ଚକ୍ରବ୍ୟୁହ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ରାଜନୈତିକ ଚକ୍ରବ୍ୟୁହ।
-----------------------------------------------
ଏଠାରେ ଉଲ୍ଲେଖ କରାଯାଇଥିବା ଶୀର୍ଷକ ଦେଖି ଅନେକଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ ନିଶ୍ଚିତ ଭାବରେ କରିଥିବ! ନିମ୍ନରେ ବିସ୍ତାର କରି ବର୍ଣ୍ଣନା କରାଯାଇଛି, ଥରୁଟିଏ ପଢି ନିଅନ୍ତୁ। ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଚକ୍ରବ୍ୟୁହ ସମ୍ପର୍କରେ ବୁଝିବା ସହଜ ହେବ। ନିଜେ ପଢନ୍ତୁ, ଅନ୍ୟମାନଙ୍କ ନିକଟକୁ ସେୟାର କରି ପଢିବା ପାଇଁ କହିବା ଉଚିତ୍। ବିଶେଷ କରି ଯେଉଁମାନେ ସରକାରୀ ବିଭିନ୍ନ ବିଭାଗର ପଦପଦବୀରେ ରହିଛନ୍ତି। ସେମାନଙ୍କୁ ଅତିମାତ୍ରାରେ ସେୟାର କରି ଅବଗତ କରିବାକୁ ଚେଷ୍ଟା କରିବା ଉଚିତ୍। ଏଠାରେ କୌଣସି ପ୍ରକାରର ମନଗଢ଼ା କାହାଣୀ କିମ୍ବା ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରାଯାଇନାହିଁ। ଲୋକଙ୍କ ସଚେତନତା ସ୍ରୁଷ୍ଟି କରିବା ପାଇଁ ଏହା ପ୍ରକାଶ କରିବା ନିତାନ୍ତ ଜରୁରୀ। ବିଶେଷ କରି ଯେଉଁମାନେ ସରକାରୀ ବିଭିନ୍ନ ବିଭାଗର ପଦପଦବୀରେ ନିଯୁକ୍ତ ରହିଛନ୍ତି। ସେମାନେ ସଚେତନ ଓ ସାବଧାନ ରହିବା ନିତାନ୍ତ ଆବଶ୍ଯକ, ନଚେତ୍ ଭୟାବହ ପରିଣାମ ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ରହି ଥାନ୍ତୁ!
ପୂର୍ବରୁ ବିଜେଡି ସରକାର ସମୟରେ "ମୋ ସରକାର" ବୋଲି କୁହାଯାଉଥିଲା। ବର୍ତ୍ତମାନ ବିଜେପି ସରକାର ସମୟରେ "ଲୋକଙ୍କ ସରକାର" ଏବଂ "ଲୋକଙ୍କ ମୁଖ୍ୟମନ୍ତ୍ରୀ" ବୋଲି କୁହାଯାଉଅଛି। ଏହାର ଅର୍ଥ, ପାର୍ଥକ୍ଯ ଓ ମର୍ମକଥାଟି ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ସ୍ଥାୟୀ ବାସିନ୍ଦା ଅଟନ୍ତି। ଏହି ସଦର ନିର୍ବାଚନ ମଣ୍ଡଳୀରୁ ଚାରିଥର ନିର୍ବାଚିତ ହୋଇ ବିଧାନସଭାରେ ବିଭିନ୍ନ ପଦପଦବୀରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ ପରିବାର ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କର ପରିବାର କୌଣସି ପ୍ରକାରର ରାଜନୈତିକ ପରିବାରର ମୂଳଦୁଆ ମଧ୍ଯ ନାହିଁ। ସିଧାସଳଖ ତଳସ୍ତରରୁ ବିଭିନ୍ନ ପ୍ରକାରର ରାଜନୈତିକ, ସାମାଜିକ, ପାରିବାରିକ, ଆର୍ଥିକ ସଂକଟରେ ସଂଘର୍ଷ କରି କରି ରାଜ୍ଯର ମୁଖିଆ ହେବାର ସୁଯୋଗ ପାଇଛନ୍ତି। ଏହି ରାଜନୈତିକ ଜୀବନଯାତ୍ରା ମଧ୍ଯରେ କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସ୍ଥାନର ସମସ୍ୟା ସମ୍ପର୍କରେ କୌଣସି ଅଛପା ନାହିଁ।
କଣ ପାଇଁ କେନ୍ଦୁଝର ଜିଲ୍ଲା ସଦରମହକୁମା ଠାରେ "ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ" ସ୍ଥାପନ କରିଛନ୍ତି? ତାହା ମଧ୍ଯ ନିଜ ବାସଭବନରେ! କେହି କେବେ ଏହାର କାରଣ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି? ଏହାରି ମଧ୍ଯରେ ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଚକ୍ରବ୍ୟୁହ ଲୁକ୍କାୟିତ ହୋଇ ରହିଛି। ଏହା ସାଧାରଣ ଭାବରେ ବୁଝିବା ଯଦିଓ କଷ୍ଟକର ବିଷୟ! କାରଣ ସର୍ବସାଧାରଣ ନାଗରିକ ତଥା ବିଭିନ୍ନ ବିଭାଗର ପଦପଦବୀରେ ନିଯୁକ୍ତ ରହିଥିବା ସରକାରୀ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ହୁଏତ ଏବାବଦରେ ହାଲକାରେ ନେଇଥିବେ। ଏହାରି ମଧ୍ଯରେ ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଚକ୍ରବ୍ୟୁହ ଲୁକ୍କାୟିତ ହୋଇ ରହିଛି। ତାହା ହାଲକାରେ ନନେଇ ଗଭୀର ଭାବରେ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍। ନଚେତ୍ ଭୟାବହ ପରିଣାମ ସମ୍ମୁଖିନ ହେବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗର ପଦପଦବୀରେ ନିଯୁକ୍ତ ରହିଥିବା ପଦାଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମୁଖିନ ହେବା ନିଶ୍ଚିତ ଅଟେ।
ଯେତେବେଳେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ପ୍ରସ୍ତୁତ କରାଯାଏ। ସେସବୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଏ। ସେହିସବୁ ଯୋଜନା ସର୍ବସାଧାରଣ ନାଗରିକ ତଥା ହିତାଧିକାରୀ ମାନଙ୍କ ନିକଟରେ ସୁଚାରୁରୂପେ ପହଞ୍ଚାଇବା ଦାୟିତ୍ୱ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପଦାଧିକାରୀ ଓ କର୍ମଚାରୀମାନଙ୍କର ଅଟେ। ଏହା ଲୋକତନ୍ତ୍ର ଶାସନ ବ୍ୟବସ୍ଥାର ମୂଳାଧାର ଅଟେ।
ବର୍ତ୍ତମାନ ସରକାର ସମୟରେ ଏଥିରେ ବହୁତ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଅଛି। ଏହାର ମୁଖ୍ୟ କାରଣ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପଦାଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଓ ବେଖାତିର ମନଭାବ ଯୋଗୁଁ ହେଉଛି। ଏହାର ଉଦାହରଣ ସ୍ବରୂପ ନିମ୍ନରେ ବିସ୍ତାର କରି ପ୍ରକାଶ କରାଯାଇଛି। ତଥାପି ସହଜରେ ବୁଝିବା ପାଇଁ ଗୋଟିଏ ବିଷୟ ସ୍ପଷ୍ଟ କରୁଅଛି। ଯଦି ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ନିୟୋଜିତ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ସଠିକ୍ ଭାବରେ ଲୋକଙ୍କ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ତେବେ "ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ" ରେ ଏତେ ପରିମାଣର ବିଭିନ୍ନ ବିଷୟ ଆଧାରିତ ଅଭିଯୋଗ ଦାଖଲ କରୁଛନ୍ତି କଣ ପାଇଁ? ଏତେ ପରିମାଣର ଅଭିଯୋଗ ଦାଖଲ କରାଯାଇଛି ଯେ, ହୁଏତ ଗୋଟିଏ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ମଧ୍ଯ ସେହି ପରିମାଣର ଅଭିଯୋଗ ଦାଖଲ ହେଉନାହିଁ! ସର୍ବସାଧାରଣଙ୍କ ଆସ୍ଥା, ଭରସା ଓ ବିଶ୍ବାସ ମୁଖ୍ୟମନ୍ତ୍ରୀ ଙ୍କର ଅଭିଯୋଗ ପ୍ରକୋଷ୍ଠ ପ୍ରତି ଯେତିକି ରହିଛି। ସେହି ପରିମାଣର ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ନିକଟରେ କରିବା ପାଇଁ ଲୋକଙ୍କ ଆଗ୍ରହ ନାହିଁ। ଏକଥା ମୁଖ୍ୟମନ୍ତ୍ରୀ ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭଲକରି ଯାଣିଥିଲେ। ଯାହା ଫଳରେ ସ୍ବତନ୍ତ୍ର ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ କରାଯାଇଛି। ଏହା ସ୍ବତଃ ପ୍ରମାଣିତ କରୁଅଛି ଯେ ସରକାର ଙ୍କର ବିଭିନ୍ନ ବିଭାଗରେ ନିୟୋଜିତ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଓ ବେଖାତିର ମନଭାବ ପୋଷଣ କରୁଥିବା ଜାଣିବାକୁ ମିଳୁଅଛି। ବାବୁମାନେ ସରକାରୀ ଚାକିରୀ କରିବା ପାଇଁ ଆଗଭର, କିନ୍ତୁ ସରକାରଙ୍କ ତରଫରୁ କରାଯାଇଥିବା ଯୋଜନା ସର୍ବସାଧାରଣ ନାଗରିକ ନିକଟରେ ସୂଚାରୁରୂପେ ପହଞ୍ଚାଇବାରେ ଅବହେଳା ଓ ବେଖାତିର ମନଭାବ ପୋଷଣ କରୁଛନ୍ତି। ସାଧାରଣ ନାଗରିକ ମାନଙ୍କୁ ସୌଜନ୍ୟ ଓ ଭଦ୍ରତା ଦ୍ରୁଷ୍ଟିରୁ ଆଚରଣ ଓ ଉଚାରଣରେ ସରକାରୀ ପଦାଧିକାରୀ ଓ କର୍ମଚାରୀମାନଙ୍କ ଠାରୁ ଦେଖିବାକୁ ମିଳୁନାହିଁ। ତାହେଲେ ସେସବୁ ସରକାରୀ ବିଭାଗରେ ନିୟୋଜିତ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ରଖି ଲାଭ କଣ? ଯଦି ସବୁକିଛି ଅଭିଯୋଗ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଦ୍ବାରା ସମାଧାନ କରାଯିବ। ତେବେ ଯେଉଁମାନେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ କଣ ପାଇଁ କର୍ତ୍ତବ୍ଯରେ ବେଖାତିର ମନଭାବ ଓ ଅବହେଳିତ କରୁଥିବା କାରଣରୁ ବିଦା କରାଯିବ ନାହିଁ?
ଯେକୌଣସି ସରକାରୀ ବିଭାଗର ପଦପଦବୀରେ ନିଯୁକ୍ତ ରହିଥିବା ପଦାଧିକାରୀ ଓ କର୍ମଚାରୀମାନଙ୍କୁ ବର୍ତ୍ତମାନ ସାବଧାନ କରିଦେଉଛି। ସଚେତନ ହୁଅ, ନିଜକୁ ସୁଧାରି ନିଅ; ସର୍ବସାଧାରଣ ନାଗରିକ ମାନଙ୍କୁ ସୌଜନ୍ୟତା ଦ୍ରୁଷ୍ଟିରୁ ଆଚରଣ ଓ ଉଚ୍ଚାରଣରେ ଭଦ୍ରତା ପ୍ରଦର୍ଶନ କର। ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଯତ୍ନବାନ୍ ହୁଅ; କଦାପି କୌଣସି ନାଗରିକ ମାନଙ୍କୁ ଭ୍ରମିତ କିମ୍ବା ଅବହେଳିତ କରିବା ପାଇଁ ଆଦୌ ଚେଷ୍ଟା କରନାହିଁ। ନଚେତ୍ ଏହାର ଭୟାବହତା ଭୋଗିବାକୁ ଏବେଠାରୁ ପ୍ରସ୍ତୁତ ରହିଥାଅ। କହିବାର ଅର୍ଥ ଯଦି ସାଧାରଣ ନାଗରିକ ମାନଙ୍କର ସମସ୍ୟା ଗୁଡିକ ସଠିକ୍ ଭାବରେ ସମାଧାନ କରୁଅଛ। ତେବେ ସେହିସବୁ ସମସ୍ୟା ସମ୍ପର୍କରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଯାଉଛି କଣ ପାଇଁ? ଏବାବଦରେ ଭଲକରି ଚିନ୍ତା କର, ଲୋକଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଦିନକୁ ଦିନ ବ୍ରୁଦ୍ଧି ପାଉଛି। ଲୋକତନ୍ତ୍ର ରେ ଶାସକଦଳ ଓ ବିରୋଧିଦଳ ରହିବା ସ୍ବାଭାବିକ। ବିରୋଧୀ ଦଳ ସବୁବେଳେ ଜିରା ରୁ ଶିରା ବାହାର କରିବ! ଏସବୁ ଘଟଣା ଶାସକଦଳ କୁ ଭଲକରି ଅବଗତ ରହିଛି। ସରକାରୀ ବାବୁମାନେ ବେଳଥାଉ ଥାଉ ନିଜକୁ ସୁଧାରି ନିଅ। ସରକାରଙ୍କ ତରଫରୁ ଯେଉଁ ଆଇଏଏସ, ଆଇପିଏସ ଓ ଅନ୍ଯାନ୍ଯ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ଏହି ବାର୍ତ୍ତା ପ୍ରଚାର କରି ଭୟଭୀତ କିମ୍ବା ବିଭ୍ରାନ୍ତ କରିବା ପାଇଁ ପ୍ରକାଶ କରୁନାହିଁ। ସେମାନଙ୍କୁ ସଚେତନ କରାଇ ଦେଉଛୁ, ଆଗାମୀ ଦିନରେ ବର୍ତ୍ତମାନର ବିଜେପି ସରକାରଙ୍କ ତରଫରୁ ନିଶ୍ଚିତ ଭାବରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ନୂତନ ବିଜେପି ସରକାର ଗଠନ ହେବାର ମାତ୍ର ଏକୋଇଶ ମାସ ହେବ, ଆଉକିଛି ମାସରେ ବିଜେପି ସରକାର ଦୁଇବର୍ଷ ପୁରିବାକୁ ଯାଉଛି। କିନ୍ତୁ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ଯୋଜନାରେ ଲୋକମାନଙ୍କର ସମସ୍ୟାର ସମାଧାନ ପରିବର୍ତ୍ତେ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଯାହାଫଳରେ ବିରୋଧୀ ଦଳର ନେତୃବର୍ଗ ବାରମ୍ବାର ସରକାରଙ୍କ ପ୍ରତି ଆକ୍ଷେପ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଏହାର ମୂଳକାରଣ ହେଉଛି ସରକାରୀ ବାବୁମାନଙ୍କ ଅବହେଳା ଓ ବେଖାତିର ମନଭାବ ପୋଷଣ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ପ୍ରାନ୍ତରରୁ ଯେତେ ପରିମାଣର ଅଭିଯୋଗ ଦାଖଲ କରାଯାଇଛି। ତାହା ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଚକ୍ରବ୍ୟୁହ ସମ୍ପର୍କରେ ପୂର୍ବାନୁମାନ ବୋଲି କହିବା ଠିକ୍ ହେବ। ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ସେହିସବୁ ସମସ୍ୟା ସମ୍ପର୍କରେ ଅବଗତ ହେଲେଣି। ଆଗକୁ ଅପାରଗତା ପଦାଧିକାରୀ ଓ ବେଖାତିର ମନଭାବ ପୋଷଣ କରୁଥିବା କର୍ମଚାରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଆଦୌ ପଛଘୁଞ୍ଚା ଦେବେ ନାହିଁ! ଶାସକଦଳ ଖାଲି ଟାରେ ବାହାବା ନେବାକୁ କିମ୍ବା ବାହଷ୍ପୋଟ ଭାଷଣରେ ଲୋକଙ୍କ ଭୂଆଁବୁଲିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଭାବିବା ଅନୁଚିତ। ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ରୂପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବିଭିନ୍ନ ସୂତ୍ରରୁ ଜାଣିବା ପାଇଁ ମିଳୁଅଛି। ନିମ୍ନରେ ଗୋଟିଏ ବିଷୟ ଉଦାହରଣ ସ୍ବରୂପ ଉପସ୍ଥାପନା କରାଯାଇଛି। ତାହା ପଢିଲେ ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଚକ୍ରବ୍ୟୁହ ସମ୍ପର୍କରେ ପୂର୍ବାନୁମାନ କରିବା ବହୁତ ସହଜ ହେବ।
ମୁଖ୍ୟମନ୍ତ୍ରୀ ଙ୍କର ମହାନତା ପ୍ରତି ଅଶେଷ ଧନ୍ଯବାଦ
------------------------------------------------------
👉 ଦରିଦ୍ର, ଗରିବ ଓ ଆଦିବାସୀ ଭୂମିହୀନ ପରିବାରର ଏକ ଅଭିଶପ୍ତ ଜୀବନ କାହାଣୀ!
👉 ମୁଖ୍ୟମନ୍ତ୍ରୀଙ୍କୁ ଅପଦସ୍ତ କରିବା ପାଇଁ ଚାଲିଥିଲା ଭିତିରିଆ ଷଡଯନ୍ତ୍ର ତାଙ୍କର ଜିଲ୍ଲାରେ ତଥା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୂମିହୀନ ପରିବାରକୁ ବିସ୍ଥାପିତ କରି ମୁଖ୍ୟମନ୍ତ୍ରୀ ଙ୍କୁ ବଦନାମ କରିବା ଯୋଜନାର ଗୁମର ଖୋଲିଗଲା!
ଅଧିକାଂଶ ଲୋକଙ୍କୁ ଭଲଭାବରେ ଜଣାଅଛି ଯେ, ମୁଁ ମୁଖ୍ୟମନ୍ତ୍ରୀ ଙ୍କର ରାଜନୈତିକ ଦଳର କଟର ବିରୋଧୀ। କିନ୍ତୁ ଯାହା ସତ୍ଯ ତାହା ସର୍ବ ସମ୍ମୁଖରେ ପ୍ରକାଶ କରିବା ପାଇଁ ଆଦୌ ପଛଘୁଞ୍ଚା ଦିଏନାହିଁ। ମୁଁ ଆନ୍ତରିକତାର ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ଯବାଦ ଅର୍ପଣ କରୁଅଛି। ତତକ୍ଷଣାତ ହସ୍ତକ୍ଷେପ କରି କେନ୍ଦୁଝରଗଡ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ତରଫରୁ ଭୂମିହୀନ ଆଦିବାସୀ ପରିବାର ପ୍ରତି ତ୍ବରିତ ପଦକ୍ଷେପ ଗ୍ରହଣ କରି ଥଇଥାନ କରିବା ପାଇଁ ସହାୟତା ପ୍ରଦାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କିପରି ବଦନାମ କରିବା ପାଇଁ ବାରମ୍ବାର ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି? ଏଠାରେ ଉଲ୍ଲେଖ ବିଷୟ ଦେଖିଲେ ସ୍ବତଃ ପ୍ରବ୍ରୁତ୍ତ ଭାବରେ ବୁଝିବା ସହଜ ହେବ। ପୂର୍ବରୁ ଅନେକ ଥର ଅବଗତ କରିଥିଲି, ଆଗକୁ ମଧ୍ଯ ନିରବଚ୍ଛିନ୍ନ ଭାବରେ ଘଟଣାମାନ ପ୍ରକାଶ କରାଯିବ।
ଏହା କୌଣସି ବିଦେଶାଗତ ଶରଣାର୍ଥୀ ଙ୍କର କିମ୍ବା ବେଆଇନ୍ ଭାବରେ ଭାରତରେ ପ୍ରବେଶ କରି ଏଠାରେ ଜୀବନଯାପନ କରୁନାହାଁନ୍ତି। ଜଣେ ଭାରତୀୟ ନାଗରୀକ, କେନ୍ଦୁଝରଗଡ ପୌରାଞ୍ଚଳର ଦୁର୍ଦ୍ଦଶା ପରିପୂର୍ଣ୍ଣ ଅଭିଶପ୍ତ ଜୀବନ କାହାଣୀକୁ ଦେଖିବାକୁ ମିଳେ। ପ୍ରକାଶ କରାଯାଇଥିବା ଘଟଣା ଟିକୁ ସଂପୂର୍ଣ୍ଣ ପଢିବା ପାଇଁ ବିନମ୍ର ଅନୁରୋଧ କରୁଅଛି। ଦେଖନ୍ତୁ, ତାପରେ ବାସ୍ତବ ବିଷୟବସ୍ତୁକୁ ନିଜକୁ ନିଜେ ବୁଝିବା ସହଜ ହେବ। ଏହି ଲୋକମାନେ ବିଭିନ୍ନ ରାଜନୈତିକ ଦଳପାଇଁ କେବଳ ଭୋଟବ୍ୟାଙ୍କ ବ୍ୟତୀତ ଅନ୍ୟକିଛି ନୁହେଁ! ନିର୍ବାଚନ ସମୟରେ ଏମାନଙ୍କୁ କେବଳ ଭୋଟବ୍ୟାଙ୍କ ଉଦ୍ଦେଶ୍ଯରେ ବ୍ୟବହାର କରାଯାଏ। ନିର୍ବାଚନ ସରିଗଲା ପରେ, ଏମାନଙ୍କୁ ପଚାରେ କିଏ? "ହାତୀ ଦେବି, ଘୋଡା ଦେବି, ମୋ ପେଁକାଳୀ ବଜାଇ ଦେ"; ବିଭିନ୍ନ ରାଜନୈତିକ ଦଳର କର୍ମୀ ତଥା ନେତୃବର୍ଗ ବିଭିନ୍ନ ପ୍ରକାରର ପ୍ରଲୋଭିତ ପ୍ରତିଶ୍ରୁତି ଦିଅନ୍ତି। ଏପରି କିଛି କିଛି ହାତ ଖର୍ଚ୍ଚ ଦେଇ ଭୋଟ ହାତେଇବା ପରେ ଏମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାକୁ ଭୁଲି ଯାଆନ୍ତି। ତାହାର ଶେଷ ପରିଣାମ ତଥା ଦୁର୍ଦ୍ଦଶା ଏପରି ଗରିବ ଓ ଦରିଦ୍ରମାନଙ୍କୁ ହିଁ ଭୋଗିବାକୁ ପଡେ। ସମାଜରେ ଅଲୋଡା ହୋଇଯାଆନ୍ତି, ବିଭିନ୍ନ ରାଜନୈତିକ ଦଳର କର୍ମୀ ତଥା ନେତୃବର୍ଗ ପାଇଁ ଅନାବଶ୍ଯକ ହୋଇ ପଡନ୍ତି! ଏପରି ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସରକାରୀ ସହାୟତାର ଯୋଜନା କାର୍ଯ୍ୟକାରୀ କରାଯାଏ। କିନ୍ତୁ ସେହିସବୁ ଯୋଜନାରେ ଏମାନଙ୍କୁ ଗଣନା କରିବା ସତ୍ତ୍ବେ ସହାୟତା ମିଳିବା ସାତ ସପନ ପାଲଟିଯାଏ। କାହିଁକି ନା ଏମାନଙ୍କୁ ସରକାରୀ ଯୋଜନାରେ ସହାୟତା ମିଳିବା ପରେ ପୁନର୍ବାର ବିଭିନ୍ନ ରାଜନୈତିକ ଦଳର କର୍ମୀ ତଥା ନେତୃବର୍ଗ ପାଇଁ କୌଣସି ପ୍ରକାରର ଗୁରୁତ୍ବ ରହିବ ନାହିଁ! ଯଦି ଏମାନଙ୍କୁ ସରକାରୀ ଯୋଜନାରେ ସହାୟତା ମିଳିଯିବ, "ତେବେ ହାତୀ ଦେବି, ଘୋଡା ଦେବି, ମୋ ପେଁକାଳୀ ବଜାଇ ଦେ" ବୋଲି କାହାକୁ କହିବେ! ଅଶୋକ ନାଏକ ପରିବାର ଭଳି ଅନେକ ଅକୁହା ବାସ୍ତବିକ କାହାଣୀର ବର୍ଣ୍ଣନା କରାଗଲେ, ହୁଏତ କାହାଣୀର ସମାପ୍ତ ହେବ ନାହିଁ। କେନ୍ଦୁଝରଗଡ ପୌରାଞ୍ଚଳ ପରିସୀମା ମଧ୍ଯରେ ଏପରି ଅନେକ ପରିବାରର ଅକୁହା ବାସ୍ତବିକ କାହାଣୀ ରହିଛି। ଏମାନଙ୍କ ପାଇଁ ସରକାରୀ ଯୋଜନା କେବଳ ସାତ ସପନ ହୋଇ ରହିଯାଇଛି। ଏପରି ଗରିବ ଓ ଦରିଦ୍ର ଭୂମିହୀନ ପରିବାରର ଲୋକମାନଙ୍କୁ କେବଳ ଶ୍ମଶାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଥଇଥାନ ତଥା ଆଶ୍ରୟସ୍ଥଳ ମିଳେନାହିଁ। ଯାହାକିଛି ମିଳେ, ତାହା କେବଳ ସରକାରୀ ନୋଟିସ, ଧମକଚମକ, ଗାଳିଗୁଲଜ ଏବଂ ବିରୁଦ୍ଧାଚରଣ କଲେ ସଂପୂର୍ଣ୍ଣ ରୂପରେ ବିସ୍ଥାପିତ କରିଦିଆଯାଏ। ଏଠାରେ ନା ସମ୍ବିଧାନର ମର୍ଯ୍ୟାଦା ଥାଏ, ନା ମାନବାଧିକାର ମୌଳିକ ସୁବିଧାସୁଯୋଗ! ଏହା ଏକପ୍ରକାର ଲୋକଦେଖାଣିଆ ଲୋକତନ୍ତ୍ର; ବାସ୍ତବରେ କହିବାକୁ ହେଲେ ଏହାକୁ ଗୁଣ୍ଡା ତନ୍ତ୍ର କହିବା ଯୁକ୍ତିଯୁକ୍ତ ମନେହୁଏ।
ଏହି ଘଟଣା କେନ୍ଦୁଝରଗଡ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ୍ ନମ୍ବର-୭, ସାମନ୍ତରାୟ ପୁର ଶାସନ ସ୍ଥିତ ପୋଖରୀ ହୁଡା ରେ ଭୂମିହୀନ ପରିବାରର ଅଶୋକ ନାଏକ ର କରୁଣ କାହାଣୀ। ପୌର ପ୍ରଶାସନ ତରଫରୁ ନୋଟିସ ସଂଖ୍ଯା- ୪୭୩୫ (ତା:୦୯/୦୩/୨୦୨୬) ଜାରି କରାଯାଇ ତିନିଦିନ ମଧ୍ଯରେ ଉକ୍ତ ସ୍ଥାନ ଖାଲି କରିବାକୁ କୁହାଯାଇଛି। କିନ୍ତୁ ବିସ୍ଥାପିତ କରାଯାଉଥିବା ଅଶୋକ ନାଏକ ର ପରିବାରକୁ ବାସୋପଯୋଗୀ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ପାଇଁ କୌଣସି ପ୍ରକାରର ଗୁରୁତ୍ବ ନଦେବା ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି। ଏପରି ଅନେକ ଭୂମିହୀନ ପରିବାରର ଅକୁହା ବାସ୍ତବିକ କାହାଣୀ ରହିଛି। ଶେଷରେ ଏତିକି କହିବା ଉଚିତ୍ ହେବ ଯେ ଭୂମିହୀନ ଲୋକଙ୍କୁ ବିସ୍ଥାପିତ କରିବା ପୂର୍ବରୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବା ନିତାନ୍ତ ଜରୁରୀ। ନଚେତ୍ ଲୋକତନ୍ତ୍ର ଶାସନର ପ୍ରକୃତ ଅର୍ଥ କଣ, ଦେଶର ସମ୍ବିଧାନ କେଉଁମାନଙ୍କର ସ୍ବାର୍ଥ ସିଦ୍ଧ କରିବା ପାଇଁ ନିର୍ମାଣ କରାଯାଇଛି? ଏସମ୍ପର୍କରେ ସରକାର, ପ୍ରଶାସନ ଏବଂ ସର୍ବସାଧାରଣ ନାଗରିକ ବିଚାର କରିବା ଉଚିତ୍। ଧନ୍ଯବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆପଣଙ୍କ କେନ୍ଦୁଝରଗଡ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ତରଫରୁ ଭୂମିହୀନ ଆଦିବାସୀ ଦରିଦ୍ର ଅଶୋକ କୁମାର ନାଏକ ପ୍ରତି ନ୍ୟାୟ ଦେବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ଯବାଦ ଜଣାଉଛି।
ଏପରି ବିଭିନ୍ନ ପ୍ରକାରର ଘଟଣା ସମ୍ପର୍କରେ ଆଗକୁ ଆହୁରି ଅନେକ ବାସ୍ତବ କାହାଣୀ ଲୋକଲୋଚନକୁ ଅଣାଯିବ। ଲେଖନୀ ଆଗକୁ ମଧ୍ଯ ଜାରି ରହିବ...
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ: 8456052876)