ଭଣ୍ଡା ପଞ୍ଚାୟତକୁ ରାଜ୍ୟସ୍ତରୀୟ ଦଳର ପରିଦର୍ଶନ।
ଭଣ୍ଡା ପଞ୍ଚାୟତକୁ ରାଜ୍ୟସ୍ତରୀୟ ଦଳର ପରିଦର୍ଶନ।
ଚମ୍ପୁଆ, (୧୩/୦୩): ଏକ ରାଜ୍ୟସ୍ତରୀୟ ଦଳ ଭଣ୍ଡା ପଞ୍ଚାୟତକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିବା ଜଣା ପଡିଛି। ଖବର ଅନୁସାରେ, ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତକୁ ଆଇ.ଏସ.ଓ ଘୋଷଣା କରିବା ନିମନ୍ତେ ପ୍ରସ୍ତାବିତ ହୋଇ ଥିବାରୁ ପଞ୍ଚାୟତର କାର୍ଯ୍ୟକ୍ରମ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ ଆଦି ବ୍ୟବସ୍ଥା ସହିତ ପଞ୍ଚାୟତର ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ଉପରେ ପରିଦର୍ଶନରେ ଆସିଥିବା ରାଜ୍ୟସ୍ତରୀୟ ସମୀକ୍ଷକ ଅଧିକାରୀ ପ୍ରିୟାଂଶୁ ରାଉତରାୟ ତନ ତନ କରି ଅନୁଧ୍ୟାନ କରି ସମୀକ୍ଷା କରିଥିଲେ । ଯାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାପରେ ଭଣ୍ଡା ପଞ୍ଚାୟତକୁ ଆଇ.ଏସ.ଓ ଭାବେ ଘୋଷଣା କରାଯିବା ନେଇ ବିଚାର କରାଯିବ।
ଏହି ଅବସରରେ ଚମ୍ପୁଆ ବ୍ଲକ ଜି.ପି.ଡି.ଓ ମୋନାଲିସା ନାୟକ, ଚମ୍ପୁଆ ବ୍ଲକ ସି.ପି ରାମଚନ୍ଦ୍ର ମାରାଣ୍ଡି, ଚମ୍ପୁଆ ବି.ଆର.ସି ସୁଷମା ମହାନ୍ତ, ଭଣ୍ଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁଲି ସର୍ଦାର, ଭଣ୍ଡା ଏ.ଡି.ଓ ଭକ୍ତବନ୍ଧୁ ବାରିକ, ଭଣ୍ଡା ସରପଞ୍ଚ ନୟନ ନାଏକ, ସମିତି ସଭ୍ୟା ସାଇବାଣୀ ନାଏକ ପ୍ରମୁଖଙ୍କ ସହିତ ପଞ୍ଚାୟତର ବୁଦ୍ଧିଜୀବୀ ଏବଂ ବହୁ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ଥିଲେ।
ଖଣ୍ଡାଧାର ନିଉଜ- ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।