ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।
ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।
ପାଟଣା :୧୪/୩,ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟର ଶିଶୁବାଟିକା ଠାରୁ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଆୟୋଜନ କରା କରିଥିଲେ।ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳା କାନ୍ତ ପତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ ଓ ସମ୍ମାନୀତ ଅତିଥି ଭାବରେ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କଳ୍ପତରୁ କର ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ଭାବେ ଉଚିତ୍ ମାର୍ଗରେ ଯିବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ବିଦ୍ୟାଳୟକୁ ଯାଇ ଶୃଙ୍ଖଳା ର ସହ ଶିକ୍ଷା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଶେଷରେ ପିଲଙ୍କଦ୍ୱରା ବିଦାୟୀ ସଙ୍ଗୀତ ଗାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ପାର୍ଥସାରଥୀ ବେଜ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ସସ୍ମିତା ନାୟକ, ନିରଞ୍ଜନ ନାୟକ, ଯୁଗଜ୍ୟୋତି ମହାନ୍ତ, ସୁଶାନ୍ତ କୁମାର ମହାନ୍ତ ପ୍ରକାଶ ମିଶ୍ର, ମାଧବାନନ୍ଦ ମହାନ୍ତ ଜ୍ୟୋତିର୍ମୟୀ ବାରିକ, ମଧୁସ୍ମିତା ମହାନ୍ତ, ଦୀପ୍ତି ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରାୟ ଦୁଇଶହ ପଚାଶ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।