logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Akhil bharat hindu mahasabha rourkela news ...

*ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଉଲକେଲା ନଗର ସଭାପତି ହେଲେ ଶୁକଦେବ*

ସୁନ୍ଦରଗଡ଼, ୧୪/୦୩ : ଦେଶରେ ହିନ୍ଦୁତ୍ୱ ଭାବକୁ ସବଳ, ଏକତା ବଜାଇ ରଖିବା ସହ ଅହରହ ସଚେତନତା ସ୍ରୁଷ୍ଟି କରି ଚର୍ଛିତ ସଙ୍ଗଠନ ପାଲଟି ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଉଲକେଲା ସହରରେ ସଙ୍ଗଠନ ଗଠିତ ହୋଇଯାଇଛି। ଗତକାଲି ସଙ୍ଗଠନ ପକ୍ଷ୍ୟରୁ ରାଜ୍ୟର ସଭାପତି ଗୀତା ଚଇନି ,ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼. ବିଶ୍ୱଜିତ ମୁଦୁଲି ଏବଂ ମହାସଚିବ ସଞ୍ଜୟ ବିଶୋଇ ଙ୍କ ଦ୍ୱାରା ବିଭିନ୍ନ ସଦସ୍ୟ ଓ ପଦପଦବୀ ବାବଦରେ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲା ର ରାଉଲକେଲା ସହର ନଗର ସଭାପତି ଭାବେ ଶ୍ରୀଯୁକ୍ତ ଶୁକଦେବ ବତାଇକ ଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡିଛି। ଶ୍ରୀ ବତାଇକ ରାଉଲକେଲା ସହରର ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଅଖିଳ ଭାରତୀୟ ହିନ୍ଦୁ ମହାସଭା ସହ ଜଡ଼ିତ ହୋଇ ରହିଛନ୍ତି। ପ୍ରକାଶ ଥାଉକି ଶ୍ରୀ ବତାଇକ ବର୍ଷ ବର୍ଷ ଧରି ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁ ପରମ୍ପରା ଉଜ୍ଜୀବିତ କରି ରଖିବା ପାଇଁ ସହରାଞ୍ଚଳ ଏବଂ ବିଭିନ୍ନ ଗ୍ରାମଞ୍ଚଳରେ ବେଶ ଉଲ୍ଲେଖନୀୟ କାମ କରିଥିବାରୁ ତାଙ୍କୁ ଏଭଳି ଗୁରୁ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି।

0
346 views

Comment