logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜୀବିତ ମହିଳାଙ୍କୁ ‘ମୃତ’ ସଜାଇଲା ପ୍ରଶାସନ: ସୁଭଦ୍ରା ଯୋଜନା ଓ ରାସନରୁ ବଞ୍ଚିତ ବିଧବା ମହିଳା


ବଲାଙ୍ଗୀର:ଜଣେ ଅସହାୟ ବିଧବା ମହିଳା ବଞ୍ଚି ଥାଉ ଥାଉ ତାଙ୍କୁ ସରକାରୀ ଖାତାରେ ମାରିଦେଇଛି ପ୍ରଶାସନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଇଛାପଡ଼ା ଗ୍ରାମରେ। ଗ୍ରାମର ବିଧବା ମହିଳା ମିନୁ ଘିବେଲା ଜୀବିତ ଥାଇ ମଧ୍ୟ ସରକାରୀ ପୋର୍ଟାଲରେ ତାଙ୍କୁ ‘ମୃତ’ ବୋଲି ଦର୍ଶାଯାଇଛି। ଯାହା ଫଳରେ ସେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ‘ସୁଭଦ୍ରା ଯୋଜନା’ ଏବଂ ମାସିକ ମିଳୁଥିବା ରାସନ ଚାଉଳରୁ ବଞ୍ଚିତ ହେଉଛନ୍ତି।
ଘଟଣାର ସଂକ୍ଷିପ୍ତ ବିବରଣୀ:
ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପରେ ପୋର୍ଟାଲରେ ହିତାଧିକାରୀ ମୃତ ବୋଲି ଦେଖାଉଛି। କେବଳ ସେତିକି ନୁହେଁ, ତାଙ୍କର ରାସନ କାର୍ଡ ମଧ୍ୟ କାଟି ଦିଆଯାଇଛି।
ଆମ୍ ଆଦ୍‌ମୀ ପାର୍ଟିର ହସ୍ତକ୍ଷେପ: ଏହି ଅନ୍ୟାୟ ବିରୁଦ୍ଧରେ ଆଜି ଆମ୍ ଆଦ୍‌ମୀ ପାର୍ଟିର ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଏବଂ ସୁନ୍ଦର ରାଏ ମିନୁ ଘିବେଲାଙ୍କୁ ସାଙ୍ଗରେ ଧରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ CDPOଙ୍କୁ ସାକ୍ଷାତ କରିଥିଲେ।
ଶ୍ରୀ ପାଣ୍ଡେ ଅଧିକାରୀଙ୍କୁ ରୋକଠୋକ୍ ଶୁଣାଇ କହିଛନ୍ତି, "ଏହି ମହିଳା ଜଣକ ମିନୁ ଘିବେଲାଙ୍କ ଭୂତ ନୁହନ୍ତି, ସେ ନିଜେ ସଶରୀରରେ ଉପସ୍ଥିତ ଅଛନ୍ତି। ତେବେ କେଉଁ ଆଧାରରେ ତାଙ୍କୁ ମୃତ ଘୋଷଣା କରାଯାଇ ସରକାରୀ ସୁବିଧାରୁ ବଞ୍ଚିତ କରାଯାଉଛି?"
ସାରା ଜିଲ୍ଲାରେ ସମାନ ସମସ୍ୟା:
ଖାଲି ବଲାଙ୍ଗୀର ବ୍ଲକ ନୁହେଁ, ଦେଓଗାଁ ବ୍ଲକରେ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ କାଗଜପତ୍ରରେ ମାରିଦେବା ପ୍ରଶାସନିକ ଅବହେଳାର ଚରମ ସୀମା ବୋଲି ଆପ୍ ନେତା ଜବାବ ମାଗିଛନ୍ତି। ଯଥାଶୀଘ୍ର ଏହି ତ୍ରୁଟି ସଂଶୋଧନ କରି ମିନୁ ଘିବେଲାଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହୋଇଛି।

4
362 views

Comment