କେନ୍ଦୁଝର ଝିଅଙ୍କ ସଫଳତା, ଗୃହବିଜ୍ଞାନରେ ପ୍ରଥମ କରି ପିଏଚଡି ଲାଭ।
କେନ୍ଦୁଝର ଝିଅଙ୍କ ସଫଳତା, ଗୃହବିଜ୍ଞାନରେ ପ୍ରଥମ କରି ପିଏଚଡି ଲାଭ।
କେନ୍ଦୁଝରଗଡ:୧୩/୦୩ (ଖଣ୍ଡାଧାର ନିଉଜ) ସହରର ଆଟୋପୁର ସ୍ଥିତ ରଙ୍ଗାପାଟ ସାହିର ଝିଅ ସସ୍ମିତା ସାହୁ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ସେ ପ୍ରଥମ କରି ଗୃହ ବିଜ୍ଞାନରେ ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି। ସେ ଗୃହବିଜ୍ଞାନରେ ୨୦୨୧ ନାମ ପଞ୍ଜୀକରଣ କରି ୨୦୨୬ ଆସେସମେଣ୍ଟ ଅଫ ଇମ୍ପାକ୍ଟ ଅଫ୍ ସୋସିଆଲ ମିଡିଆ ଅନ ଦି ଫୁଡ୍ ଇଣ୍ଟେକ୍, ହେଲତ ଏଣ୍ଡ ନ୍ୟୁଟ୍ରିସନ୍ ଷ୍ଟାସସ ଅଫ ଆଡୋଲସେଣ୍ଟରେ ପିଏଚଡି ହାସଲ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ସରକାରି ମହିଳା ମହାବିଦ୍ୟାଳୟରୁ ସ୍ନାତକ, ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଜି, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମଫିଲ ହାସଲ କରିଛନ୍ତି। ସେ ଏବେ ଗୃହିଣୀ ଥିବା ବେଳେ ସ୍ବାମୀ ଗୌରବ ସାହୁ ବ୍ୟବସାୟୀ କରନ୍ତି। ଆଗାମୀ ଦିନରେ ସସ୍ମିତା ଅଧ୍ୟାପନା କରିବା ପାଇଁ ଆଶା ରଖିଛନ୍ତି।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।