ପିଏମ କିଷାନ ଉତ୍ସବ ଦିବସର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପିଏମ କିଷାନ ଉତ୍ସବ ଦିବସର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର, ତା୧୩/୩- ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ 'ପିଏମ କିଷାନ ଉତ୍ସବ ଦିବସ'ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସାମର ଗୌହାଟିଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ବ୍ୟାଙ୍କ ଖାତାକୁ 'ପିଏମ କିଷାନ ଯୋଜନା' ଅନ୍ତର୍ଗତ ୨୨ତମ କିସ୍ତିର ସହାୟତା ରାଶି ପ୍ରଦାନ କରିଥିଲେ। ଅନ୍ୟପଟେ, ଓୟୁଏଟି କୃଷି ସେବା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ସମାଜକୁ ଉଦବୋଧନ ଦେଇଥିଲେ। ସେ ସମସ୍ତ ଚାଷୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ନେବାକୁ ଆହ୍ୱାନ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କୃଷକ, ବିଭାଗୀୟ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶାଲ ସିଂ, ଜିଲ୍ଲାପାଳଶ୍ରୀମତୀ ନିକୁ ସାହୁ, କେନ୍ଦୁଝର ପୌରାଧ୍ୟକ୍ଷାଶ୍ରୀ ଭାଗିରଥି ସିଂ, ମାନ୍ୟବର ସାଂସଦଙ୍କ ପ୍ରତିନିଧିଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଚନ୍ଦ୍ରଶେଖର ରଥ, ଡିଡିଏଚସୌମେନ୍ଦ୍ର ପାଣିଗ୍ରାହୀ, ପିଡି ୱାଟରସେଡ଼ ଶ୍ରୀ ଅଶୋକ କୁମାର ସେନାପତି, ଏଡିଆର କିଶୋର ଚନ୍ଦ୍ର ସାହୁ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଶ୍ରୀ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପୃଥିରାଜ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।