logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଢେଙ୍କିକୋଟ ଠାରେ ଭକ୍ତି ଓ ଭାବ ମଧ୍ୟରେ ଜମୁଛି ଚବିଶ ପ୍ରହର ନାମଯଜ୍ଞ।

ଢେଙ୍କିକୋଟ ଠାରେ ଭକ୍ତି ଓ ଭାବ ମଧ୍ୟରେ ଜମୁଛି ଚବିଶ ପ୍ରହର ନାମଯଜ୍ଞ।

କେନ୍ଦୁଝର, ତା୧୩/୩- ଢେଙ୍କିକୋଟ ଠାରେ ୯୪ତମ ଚବିଶ ପ୍ରହର ନାମଯଜ୍ଞ ଧୁମଧାମରେ ପାଳନ କରାଯାଉଛି। ଭକ୍ତିମୟ, ଭାବମୟ , ଆନନ୍ଦମୟ ପରିବେଶ ମଧ୍ୟରେ ରାମନାମ କୃଷ୍ଣନାମ ଗାନରେ ହେଉଛି। ଯଜ୍ଞ ମଣ୍ଡପ ଭକ୍ତ ମାନଙ୍କ ଗହଣରେ ଆହୁରି କୋଳାହଳମୟ ହୋଇଉଠୁଛି। ଶହ ଶହ ଭକ୍ତ ଆସି ରାମନାମ କୃଷ୍ଣନାମ ଶ୍ରବଣ କରିବା ସହିତ ପ୍ରଭୁ ନିତାଇଗୌରଙ୍କୁ ଦର୍ଶନକରି ପ୍ରସାଦ ପାଇ ନିଜକୁ ଧନ୍ୟ ମନେକରୁଛନ୍ତି। ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡିକ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ପୁଟୁଳିଗୋଲ, ମହୁଲିଆ, ଅଁଳାଗୁଡା, ବେଢାକୁଦର ଓ କେନ୍ଦୁଝର ଜିଲ୍ଲାର ମାଟିଖଣି ଯୋଗଦାନ କରିଛନ୍ତି। ତତ୍‌ସହିତ ସ୍ଥାନୀୟ ଢେଙ୍କିକୋଟ ସଙ୍କୀର୍ତ୍ତନ ମଣ୍ଡଳୀ ସହଯୋଗ କରୁଛନ୍ତି। କାର୍ଯ୍ୟକ୍ରମକୁ ସର୍ବଶ୍ରୀ ପୂଜ୍ୟ କୁଳମଣି ମଣ୍ଡଳ, ଅଲେଖ ସିଂ, ଅନାଦି ସିଂ, ହାଡିବନ୍ଧୁ ନାୟକ, ସନାତନ ନାୟକ, ଅବନୀ ନାୟକ, ହୃଷୀକେଶ ନାୟକ, ଜିତୁ ନାୟକ, ବାବୁଲା ନାୟକ, ଅନିରୁଦ୍ଧ ନାୟକ ପ୍ରମୁଖ ଦାୟୀତ୍ଵର ସହକାରେ ତୁଲାଇ ଆସୁଛନ୍ତି। ଆକର୍ଷଣୀୟ ସାଜ୍ଜସଜ୍ଜା ସହିତ ସୁନ୍ଦର ବ୍ୟବସ୍ଥା ଭକ୍ତ ମାନଙ୍କୁ ବିମୋହିତ କରୁଛି। ସନ୍ଧ୍ୟା ସମୟରେ ଅଧିକ ଲୋକ ସମାଗମ ହେବା ସହିତ ପରିବେଶ ଆହୁରି ମଧୁରମୟ ହୋଇଉଠୁଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

1
467 views

Comment