logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପୀଡ଼ିତାକୁ ନ୍ୟାୟ ଦାବିରେ ଥାନା ସମୁଖରେ ଧାରଣା ଦେଲା ଭୀମ ଆର୍ମି।

ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପୀଡ଼ିତାକୁ ନ୍ୟାୟ ଦାବିରେ ଥାନା ସମୁଖରେ ଧାରଣା ଦେଲା ଭୀମ ଆର୍ମି।

ଆନନ୍ଦପୁର ଉପଖଣ୍ଡ:୧୩/୦୩, କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୪ ମାର୍ଚ୍ଚ ୨୦୨୬ ହୋଲି ଦିନ କିଛି ମଦ୍ୟପ ଯୁବକ ବେପରୁଆ ଭାବେ ଗାଡ଼ି ଚଳାଇ ଶିଶୁ ତନ୍ମୟୀଙ୍କୁ ଧକ୍କା ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତତ୍କ୍ଷଣାତ୍ କଟକ ବଡ଼ ମେଡିକାଲକୁ ନେଇଥିଲେ। ୯ ଦିନ ଧରି ଜୀବନ ଯୁଦ୍ଧ ଚାଲିଥିବା ସତ୍ତ୍ୱେ ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା।ଏହି ଘଟଣାକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି, ପରିବାର ପକ୍ଷରୁ ୫ ମାର୍ଚ୍ଚରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରାଯାଇନଥିଲା। ଏହି ଘଟଣାକୁ ନେଇ ଭୀମ ଆର୍ମି ସଂଘଠନ ଘଷିପୁରା ବ୍ଲକ ସଭାପତି ରଶ୍ମିରଞ୍ଜନ ଜେନା କେନ୍ଦୁଝର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା,ମହିଳା ନେତ୍ରୀ ଯମୁନା ଜେନାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଥାନା ସମୁଖରେ ପହଂଚିଯାଇଥିଲେ। କିଛି ସମୟ ପରେ କଟକ ମେଡିକାଲରୁ ଶବ ବେବଚ୍ଛେଦ ପରେ ସିଧାସଳଖ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ପ୍ରାୟ ଶତାଧିକ ଲୋକ ଏଥିରେ ଯୋଗଦେଇ ନ୍ୟାୟ ଦାବି କରିଥିଲେ।ଘଟଣାକୁ ୯ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସାଧାରଣ ଲୋକ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତ ପରିବାରକୁ ସରକାରୀ ସହାୟତା ଦେବାକୁ ଭୀମ ଆର୍ମି ସଂଘଠନ ଦାବି କରିଛି। ଘଟଣା ସ୍ଥଳରେ ଘସିପୁରା ତହସିଲଦାର ଓ ରାମଚନ୍ଦ୍ରପୁର ଆଇଆଇସି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆନନ୍ଦପୁର ଏସଡିପିଓ କମଲ କୁମାର ପଣ୍ଡା ଦୁଇ ଦିନ ମଧ୍ୟରେ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

1
821 views

Comment