logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବୋଲେରୋ-କ୍ରେଟା ମୁହାଁମୁହିଁ, କ୍ରେଟା ଓଲଟିଲା ରାସ୍ତା ଉପରେ ୫ ଆହତ।

ବୋଲେରୋ-କ୍ରେଟା ମୁହାଁମୁହିଁ, କ୍ରେଟା ଓଲଟିଲା ରାସ୍ତା ଉପରେ ୫ ଆହତ।

ପାଟଣା:୧୩/୦୩, ଆଜି ଦିନ ପାଖାପାଖି ଦେଢଟା ସମୟରେ କରଞ୍ଜିଆ ଢେଙ୍କିକୋଟ ରାସ୍ତା ପାଟଣା ବାଇପାସ ରାସ୍ତାରେ ଘଟଗାଁ ରୁ ବାରିପଦା ଯାଉଥିବା ଏକ କ୍ରେଟା କାର ସହ ବାଦାମପାହାଡ଼ ଅଞ୍ଚଳ ରୁ ହରିଚନ୍ଦନପୁର ଅଞ୍ଚଳକୁ ଯାଉଥିବା ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଦ୍ରୁତଗାମୀ କ୍ରେଟା ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣା ରେ ଉଭୟ ଗାଡିରୁ ୫ ଜଣ ଆହତ ହୋଇଥିବାର ଖବର ପାଇ ପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ପାଟଣା ଡାକ୍ତରଖାନା ପଠାଇ ଥିଲା। ଦୁର୍ଘଟଣା ରେ ବୋଲେରୋ ରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତାଳପତି ଗ୍ରାମର ବେବିରାଣୀ ମହାନ୍ତ(୧୧), ଚିନ୍ମୟ କୁମାର ମହାନ୍ତ(୪), କୁନ୍ତି ମହାନ୍ତ(୬୨) ଏବଂ ସୁଳିଆପଦା ଥାନା ଲୁଣିଗାଡ଼ିଆ ଗ୍ରାମର ବିଭୁ ଦତ୍ତ ଗିରି(୩୪) ଓ ଅବିନାଶ ଗିରି(୩୪), ଆହତ ହୋଇ ପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଥାଉକି ବୋଲେରୋ ଗାଡିଟି ତାଳପତି ଗ୍ରାମରୁ ହରିଚନ୍ଦନପୁର ଅଞ୍ଚଳ ଖେଦାପଡ଼ା ଗ୍ରାମକୁ ଏକ ଭୋଜି କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଦୁର୍ଘଟଣା ଗ୍ରସ୍ତ ଉଭୟ ବୋଲେରୋ ଓ କ୍ରେଟା ଗାଡିକୁ ଜବଦ କରି ଥାନା କୁ ଆଣିଥିବା ସୂଚନା ମିଳିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
949 views

Comment