୧୨୨ ବର୍ଷରେ ପଦାର୍ପଣ କଲା ଦେବଗଡ଼ ପୌରପରିଷଦ, ଉନ୍ନୟନ କେଉଁଠି? ଲୋକଙ୍କ ମନରେ ପ୍ରଶ୍ନ
ଦେବଗଡ଼ ୧୪/୦୩/୨୦୨୬ ରିଖ :- ଦୀର୍ଘ ୧୨୨ ବର୍ଷର ଐତିହ୍ୟ ବୋଲାଇ ଆସୁଥିବା ଦେବଗଡ଼ ପୌରପରିଷଦ ଆଜି ନୂଆ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସହରର ଉନ୍ନୟନ ଚିତ୍ର ଦେଖିଲେ ନିରାଶା ବ୍ୟତୀତ କିଛି ମିଳୁନାହିଁ। ସହରରେ ଆଜି ପର୍ଯ୍ୟନ୍ତ ଆଖିଦୃଷ୍ଟିଆ ଉନ୍ନତି ହୋଇଥିବା ପରି ଲାଗୁନାହିଁ।
ସହରର ଅନେକ ରାସ୍ତା ଦୟନିୟ ଅବସ୍ଥା ପଡ଼ି ରହିଛି। ବର୍ଷା ହେଲେ ସ୍ଥିତି ଆଉ ଦୟନୀୟ ହୋଇଯାଏ। ରାସ୍ତାରେ ପାଣି ଜମି ରହୁଥିବାରୁ ଲୋକମାନେ ଚାଲିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ସହରରେ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ମଲିନ ପାଣି ରାସ୍ତା ଉପରେ ଭାସୁଥିବା ଦୃଶ୍ୟ ସାଧାରଣ ଘଟଣା ହୋଇପଡ଼ିଛି।
ପୌରପରିଷଦ ଗଠନ ହୋଇ ୧୨୨ ବର୍ଷ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାର ଦେଖିବାକୁ ମିଳୁନାହିଁ। ଯେଉଁଠାରେ ସହରର ଉନ୍ନତି ଦ୍ରୁତ ଗତିରେ ହେବା ଦରକାର, ସେଠାରେ ଉନ୍ନୟନ କାମ ଧୀର ଗତିରେ କିମ୍ବା କେତେକ ସ୍ଥାନରେ ସଂପୂର୍ଣ୍ଣ ଅଟକିଥିବା ଅଭିଯୋଗ ଉଠୁଛି।
ସ୍ଥାନୀୟ ଲୋକଙ୍କ କଥା ଅନୁସାରେ, ବାରମ୍ବାର ଅଭିଯୋଗ ଓ ଦାବି ସତ୍ତ୍ୱେ ମଧ୍ୟ ପୌରପରିଷଦ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ। ଏହା ଫଳରେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି—
୧୨୨ ବର୍ଷର ପୌରପରିଷଦ ହୋଇଥିଲେ ମଧ୍ୟ ଯଦି ସହରର ମୂଳ ସମସ୍ୟା ସମାଧାନ ହେଉନାହିଁ, ତେବେ ଉନ୍ନୟନ କେଉଁଠି ?
ସହରବାସୀ ଏବେ ଆଶା କରୁଛନ୍ତି ଯେ ପୌରପରିଷଦ ତୁରନ୍ତ ସହରର ରାସ୍ତା, ଡ୍ରେନ ଓ ଅନ୍ୟାନ୍ୟ ମୂଳଭୂତ ସୁବିଧା ଉନ୍ନତି ପାଇଁ ଦୃଢ଼ ଓ ତ୍ୱରିତ ପଦକ୍ଷେପ ନେବ।