ଆଠମଲ୍ଲିକ ରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ : ଆନନ୍ଦପୁର ଦଳର ଚାମ୍ପିୟନ ସଫଳତା
ଆଠମଲ୍ଲିକ:-୧୩/୦୩(ଧନଞ୍ଜୟ ନାୟକ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ୯ ନମ୍ବର ୱାର୍ଡ ରାମେଶ୍ୱର ପାଟଣାସାହି ପଡିଆରେ ମା ରୁଦ୍ରଭବାନୀ କ୍ଳବ ଆନୁକୂଳ୍ୟ ରେ ଆୟୋଜିତ ରାତ୍ରିକାଳୀନ ସାର୍କିଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ! ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଆନନ୍ଦପୁର ଓ ତାଜ କ୍ଳବ ମଧ୍ୟରେ ଖେଳାଯାଇଥିଲା ! ରୋମାଞ୍ଚକର ମ୍ୟାଚରେ ଆନନ୍ଦପୁର ଦଳ ଚାମ୍ପିୟନ ହୋଇଥିବା ବେଳେ ତାଜ କ୍ଳବ ରନର୍ସଅପ ହୋଇଥିଲା !
ଅମ୍ପାୟର ଭାବେ ଜଗା ଓ କାନ୍ହା ମ୍ୟାଚ ପରିଚାଳନା କରିଥିଲେ ! କମଳ ବାହୁକ ଧାରା ବିବରଣୀ ଦେଇଥିବା ବେଳେ ଗୋବିନ୍ଦ ପାଣ୍ଡେ ସ୍କୋରର ଦାୟିତ୍ୱ ତୁଳାଇଥିଲେ ! ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ତହସିଲଦାର ପ୍ରସନ୍ନ ଟେଟେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଯୋଗାଣ ଅଧିକାରୀ ସତ୍ୟବ୍ରତ ସେଠୀ, ଯୁବ ଉଦ୍ୟୋଗୀ ଅମ୍ଲାନଜ୍ୟୋତି ମିଶ୍ର, ସ୍ୱେଚ୍ଛାସେବୀ କୃଷ୍ଣ ଚନ୍ଦ୍ର ଭୋକ୍ତା, ଶିକ୍ଷାବିଦ ବିଭୁ ରଞ୍ଜନ ସାହୁ ଓ ଯୁବ ସାମ୍ବାଦିକ କମଳାକାନ୍ତ ମିଶ୍ର ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦନ କରି ଉତ୍ସାହିତ କରିଥିଲେ ! ଶେଷରେ ଚାମ୍ପିୟନ ହୋଇଥିବା ଆନନ୍ଦପୁର ଦଳ ଓ ରନର୍ସଅପ ତାଜ କ୍ଳବକୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ! ମା ରୁଦ୍ର ଭବାନୀ କ୍ଳବର ସଭାପତି ବିଶାଲ କୁମାର ସାହୁ, ସମ୍ପାଦକ ଯୁଧିଷ୍ଠିର ମହାକୁଡ଼, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ଭୋକ୍ତାଙ୍କ ସହ ରଞ୍ଜିତ ରଣା, ଶକ୍ତି ବେହେରା, ସିପୁନ କଉଡ଼ି, ଗୋବିନ୍ଦ ପାଣ୍ଡେ, ସିଲୁ ଦେହୁରୀ, ସୁଧାଂଶୁ ଶେଖର ଭୋକ୍ତା, ରମନ ପ୍ରଧାନ, ଶୁଭ୍ରାଂଶୁ ଶେଖର ସାହୁ, କରଣ ପାଣ୍ଡେ ଓ ରିତେଶ ପାଣ୍ଡେ ସମେତ ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ !