ବରଗଡ଼ରେ ଧଳାଜହର କାରବାର ପଣ୍ଡ: ୩ ଗିରଫ, ୧୬ ଗ୍ରାମ ବ୍ରାଉନସୁଗାର ଜବତ
ବରଗଡ଼ ସହର ଉପକଣ୍ଠରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ପୋଲିସ ଏକ ଶକ୍ତ ପ୍ରହାର କରିଛି। ବ୍ରହ୍ମଚାରୀ-କଟାପାଲି ରାସ୍ତାରେ ନିଶା ବେପାର ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଅପରେସନ ସମୟରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି, ଯେଉଁମାନେ ହେଲେ ମହାନ୍ତିପଡ଼ାର ରାଜୁ ତାଣ୍ଡି, ମାଷ୍ଟରଟିକ୍ରାର ଗୋପୀ ମହାନନ୍ଦ ଏବଂ ବିଶିପଡ଼ାର ଶ୍ରବଣ କୁମ୍ଭାର। ସେମାନଙ୍କ ଠାରୁ ୧୬ ଗ୍ରାମ ଓଜନର ବ୍ରାଉନସୁଗାର ସମେତ ୨ଟି ମୋବାଇଲ୍ ଏବଂ ନଗଦ ୨୨୫୦ ଟଙ୍କା ଜବତ କରାଯାଇଛି। ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ପଦରାବିନ୍ଦ ତ୍ରିପାଠୀ ଏହି ଗିରଫଦାରୀ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ଅଭିଯାନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି