logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୌରପରିଷଦ ପରିମଳ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର । ---------------------------------------------

ଦେବଗଡ଼ ତା ୧୩/୦୩/୨୬ ରିଖ:- ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦେବଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ପ୍ରଧାନପାଟ ଠାରେ ପରିମଳ କର୍ମଚାରୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜୀତ କୁମାର ଭୋଜ ଏବଂ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରିତିକାନ୍ତ ଶୁକ୍ଲା ଉପସ୍ଥିତ ରହିଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ଓ ଫିତା କାଟି ସ୍ୱାସ୍ଥ୍ୟ ଶିବିରକୁ ଶୁଭ ଉଦ୍ଘାଟନ କରିଥିଲେ।
ଏହି ଶିବିରରେ ପୌରପରିଷଦର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱଚ୍ଛ ସୁପରଭାଇଜରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଏହି ଶିବିରରେ ଉପସ୍ଥିତ ରହି ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଉଚ୍ଚ ରକ୍ତଚାପ, ମଧୁମେହ ଓ ଏଚଆଇଭି ପରୀକ୍ଷା କରିଥିଲେ।
ଶିବିରରେ ମୋଟ ୮୮ ଜଣ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ପୌରପରିଷଦର କର୍ମଚାରୀ, ସାମ୍ବାଦିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ।

0
0 views

Comment