logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଜାତୀୟ ପାଠଚକ୍ରର ଉଦଯାପନୀ ସମାରୋହ।

ସରକାରୀ ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଜାତୀୟ ପାଠଚକ୍ରର ଉଦଯାପନୀ ସମାରୋହ

କେନ୍ଦୁଝର -୧୨/୦୩(ଖଣ୍ଡାଧାର ନିଉଜ) କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ତରଫରୁ ଦ୍ବିଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଦ୍ବି ଦିବସୀୟ ଜାତୀୟ ପାଠଚକ୍ରରେ ପ୍ରଥମ ଅଧିବେସନରେ ଅତିଥିଙ୍କ ଦ୍ଵାରା ଆରାଧ୍ୟ ଦେବୀ ମା' ତାରିଣୀଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଂଗଠନ ସଚିବ ଡକ୍ଟର ଜ୍ଞାନରଞ୍ଜନ ଦାସ ଅତିଥିମାନଙ୍କୁ ସ୍ବାଗତ ପ୍ରଦାନ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଦ୍ଵି-ଦିବସୀୟ ଜାତୀୟ ପାଠ ଚକ୍ରର ବିଷୟ 'ଉଦ୍ଭାବନ - ଭିତ୍ତିକ ଉଦ୍ୟୋଗୀତ : ନିରନ୍ତର ବିକାଶ ଏବଂ ଅଭିବୃଦ୍ଧି ' ସମ୍ପର୍କରେ ଆଲୋଚନା ହୋଇଥିଲା । ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଜାତୀୟ ପାଠଚକ୍ରର ସଂଯୋଜକ ଡକ୍ଟର ଅଜିତ୍ କୁମାର ବରାଳ ଆଲୋଚନା ହେବାକୁ ଥିବା ବିଷୟବସ୍ତୁର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆର୍ଡେଣ୍ଟ ଷ୍ଟିଲ୍ ଲିମିଟେଡର ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ରୁଚି ମୁତାବକ ଉଦ୍ଭାବନ କଲେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ନୂତନ ଉଦ୍ୟୋଗର ସଫଳତା ହାର ମାତ୍ର ତିନି ପ୍ରତିଶତ ହେଲେ ମଧ୍ୟ ଏହାର ଅଭିବୃଦ୍ଧି ଅତୁଳନୀୟ । ଏହି ଅବସରରେ ମୁଖ୍ୟବକ୍ତlଭାବେ ଖଡଗପୁରରେ ଥିବା ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇ. ଆଇ. ଟି )ର ବିନୋଦ ଗୁପ୍ତା ପରିଚାଳନା ବିଦ୍ୟାଳୟର ବିଭାଗ ମୁଖ୍ୟ ଡକ୍ଟର ରୁଦ୍ର ପ୍ରକାଶ ପ୍ରଧାନ ଯୋଗଦେଇ ଉଦ୍ୟୋଗରେ ନୂତନତ୍ବକୁ ଭିଡିଓ ମାଧ୍ୟମରେ ବୁଝାଇଥିଲେ । ସମ୍ମାନୀୟ ଅତିଥିଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ପ୍ରଦୋତ୍ କେଶରୀ ପ୍ରଧାନ ସମ୍ମନୀତ ବିକାଶ ଏବଂ ବିକଶିତ ଭାରତର ପରିକଳ୍ପନା ୨୦୪୭ ପାଇଁ ନୂତନ ଉଦ୍ୟୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରେଭେନ୍ସା ବିଶ୍ଵବିଦ୍ୟାୟର ପ୍ରଫେସର ଡକ୍ଟର କିଶୋର କୁମାର ଦାସ ଖୁସିଥିବା ଉଦ୍ୟୋଗରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ଉଦ୍ୟୋଗରେ ପିଲାଙ୍କ ଆଗାମୀ ଭବିଷ୍ୟତ ବିଷୟରେ ଦୃଷ୍ଟି ନିକ୍ଷେପ କରିଥିଲେ । ଏହି ଅବସରରେ ଧରଣୀଧର ବିଶ୍ଵବିଦ୍ୟାଳୟର ପ୍ରଫେସର୍ ତଥା ପାଠଚକ୍ରର ଉପ ସଂଯୋଜକ ଶ୍ରୀ ବଳରାମ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଜାତୀୟ ଆଲୋଚନାର ପ୍ରଥମ ଅଧିବେଶନଟି ସାଧାରଣତଃ ଦଳଗତ ଆଲୋଚନା ହୋଇଥିଲା । ଏହି ଅବସରରେ ବାଣିଜ୍ୟ ବିଭାଗର ଅଧ୍ୟାପକ ମନମୋହନ ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅଧିବେଶନରେ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ ବିତର୍କ ର ଉପସ୍ଥାପକ ଭଳି ଗୁରୁତ୍ୱପୂ୍ଣ୍ଣ ଦାୟିତ୍ଵକୁ ନିର୍ବାହ କରିବା ସହ ପିଲାଙ୍କର ପ୍ରଶ୍ନ ଏବଂ ବିଷୟ ବିଶାରଦଙ୍କ ଉତ୍ତରକୁ ସରଳ ଭାଷାରେ ବ୍ୟାଖ୍ୟା କରିଥିଲେ । ବିଷୟ ବିଶାରଦ ଭାବେ ନେହୁ ଜାତୀୟ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ନଗରୀ ମୋହନ ପଣ୍ଡା, ରମାଦେବୀ ମହିଳା ବିଶ୍ବିଦ୍ୟାଳୟ, ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ସାବତ କୁମାର ଦିଗଲ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଆଶୁତୋଷ ପ୍ରୟାସ ଦାସ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରଞ୍ଜିତା ନାୟକ ଓ ଜି ଏସ୍ ଟି କେନ୍ଦୁଝର ଶାଖାର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ କମିଶନର କମଳାକାନ୍ତ ଜେନା ଭାଗ ନେଇଥିଲେ । ପରିଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଶିବରାଜ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।
ସଂପୃକ୍ତ ବିଷୟ ପ୍ରଥମ ଅଧିବେଶନରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଯଯାତି ନାୟକ ପରିଚାଳନା କରିଥିଲେ । ଏହି ଅବସରରେ ଏମ୍ ପି ସି ସ୍ଵୟଂଶାସିତ ମହାବିଦୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଭୀମ ଚରଣ ମୁର୍ମୁ, ଘଟଗାଁ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡକ୍ଟର ଉପେନ୍ଦ୍ର କୁମାର ସାହୁ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅଧିବେସନରେ ସର୍ବମୋଟ ୧୪ ଜଣ ଗବେଷକ ଭିତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଂପୃକ୍ତ ଦ୍ୱିତୀୟ ଅଧିବେଶନରେ ଧରଣୀଧର ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡକ୍ଟର ନବଘନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୧୨ ଜଣ ଗବେଷକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ ଅଜୟ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିନର ଶେଷ ସୋପାନରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଛାତ୍ରୀଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ସହ ସଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା ।
ଜାତୀୟ ଆଲୋଚନା ଚକ୍ରର ଦିତୀୟ ଦିବସରେ ପ୍ରଥମ ଅଧିବେଶନରେ କାଶୀ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଟୁଇକିଲ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା । ଏହି ଅଧିବେଶନରେ ଗୁରୁ ଘାସିଦାସ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ଭେଙ୍କଟେଶ୍ୱର୍ ରାଓ ଭନଟୁ, ଗଙ୍ଗାଧର ମେହେର ବିଶ୍ଵବିଦୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର୍ ଡକ୍ଟର ପ୍ରିୟବ୍ରତ ପଣ୍ଡା, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଜନୀକାନ୍ତ ଖୁଣ୍ଟିଆ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଜ୍ୟୋତିପ୍ରକାଶ ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବମୋଟ ୧୪ଟି ଭିତ୍ତି ପ୍ରବନ୍ଧ ଗବେଷକ ଓ ଗବେଷିକାଙ୍କ ଦ୍ଵାରା ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥି ପରିଚୟ ଅଧ୍ୟାପକ ମନମୋହନ ପଣ୍ଡା ଦେଇଥିବା ବେଳେ ଅଧ୍ୟାପକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିନର ଉଦଯାପନୀ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରୀୟ ଜି ଏସ୍ ଟି ଓ ଏକସାଇଜ ବିଭାଗର ଅତିରିକ୍ତ କମିଶନର ଶ୍ରୀ ଅଶ୍ଵିନୀ କୁମାର ସାହୁ ବାଣିଜ୍ୟ ପାଠ୍ୟକ୍ରମ ଓ ଉଦ୍ୟୋଗରେ ପରୋକ୍ଷ କରର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ଥିକ ଅନ୍ତର୍ଭୁ୍ତ ବିଭାଗର ପ୍ରବନ୍ଧକ ଶ୍ରୀ ସମୀର କୁମାର ସାହୁ ଯୋଗ ଦେଇ ଗପ ମାଧ୍ୟମରେ ନାରୀ ସଶକ୍ତି କାରଣରେ ବ୍ୟାଙ୍କ୍ ର ଭୂମିକା ଓ ସାଇବର ଠକେଇ ଠାରୁ କିପରି ଦୂରେଇ ରହିବା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଚିତ୍ତ ରଞ୍ଜନ ସାହୁ ଏବଂ ଶିକ୍ଷା ଅଧିକାରୀ ଡକ୍ଟର ବିଷ୍ଣୁ ଚରଣ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ସଂସଦ ଦ୍ଵାରl ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଯୋଜକ ପ୍ରଫେସର୍ ଡକ୍ଟର ଅଜିତ୍ କୁମାର ବରାଳଙ୍କ ଦ୍ଵାରା ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ପ୍ରାୟୋଜକ ମାନକୁ ସମ୍ମାନୀତ କରିବା ସହ ଜାତୀୟ ପାଠଚକ୍ରରେ ସଂଶ୍ଳିଷ୍ଟ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡମ୍ବରୁଧର ମହାନ୍ତିଙ୍କ ରିପୋର୍ଟ।

33
1596 views

Comment