logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶିରିଡି ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଦର୍ଶନ ସମାରୋହ।

ଶିରିଡି ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଦର୍ଶନ ସମାରୋହ।

କେନ୍ଦୁଝର,ତା୧୨/୦୩- ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ, ଶିରିଡି ଦ୍ଵାରା ଶିରିଡିରେ ସାଇବାବାଙ୍କ ଦ୍ଵାରା ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଇଥିବା ପବିତ୍ର ଚରଣ ପାଦୁକା ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୋମବାର ଦିନ କେନ୍ଦୁଝର ସହର ଉପକଣ୍ଠ ବାମ୍ପାରସ୍ଥିତ ସାଇବାବା ମନ୍ଦିରରେ ପହଞ୍ଚିବ। ସାଇବାବାଙ୍କ ପବିତ୍ର ଚରଣ ପାଦୁକାକୁ ସ୍ଵାଗତ କରାଯିବା ପାଇଁ ଶ୍ରୀ ଶିରିଡି ସାଇ ବାବା ସେବା ଚାରିଟେବୁଲ ଟ୍ରଷ୍ଟ, ବାମ୍ପାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬ ମାର୍ଚ୍ଚ ସୋମବାର ଦିନ ପ୍ରଭୁ ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଭୁବନେଶ୍ୱରରୁ କେନ୍ଦୁଝର ଆସି ପହଞ୍ଚିବା ପରେ କେନ୍ଦୁଝର ସହରର ମଣ୍ଡୁଆ ଠାରେ ଶ୍ରୀ ଶିରିଡି ସାଇ ବାବା ସେବା ଚାରିଟେବୁଲ ଟ୍ରଷ୍ଟ, ବାମ୍ପାର ପକ୍ଷରୁ ଭବ୍ୟ ସ୍ଵାଗତ କରାଯିବା ସହିତ ସେଠାରୁ କେନ୍ଦୁଝର ସହର ମଧ୍ୟ ଦେଇ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣି ବାମ୍ପାରସ୍ଥିତ ଶ୍ରୀ ସାଇ ମନ୍ଦିରରେ ପହଞ୍ଚାଯାଇ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ପ୍ରଦର୍ଶନ କରାଯିବ। ଶ୍ରୀ ସାଇବାବାଙ୍କ ପବିତ୍ର ଚରଣ ପାଦୁକା ସହ ଗୁରୁ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ମଧ୍ୟ ଆଗମନ କରି ଶ୍ରୀ ସାଇ ମନ୍ଦିରରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ସାଇ ଆଶ୍ରିତ ଏବଂ ଶିରିଡି ଦର୍ଶନରୁ ବଂଚିତ ହେଉଥିବା ଶ୍ରଦ୍ଧାଳୁ ଏଵଂ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମାର୍ଚ୍ଚ ୧୬ ତାରିଖ ସୋମବାର ଏବଂ ମାର୍ଚ୍ଚ ୧୭ ତାରିଖ ମଙ୍ଗଳବାର ଦୁଇଦିନ ଧରି ସକାଳ ୮ ଘଟିକା ପର୍ଯ୍ୟନ୍ତ ଶ୍ରୀ ସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସାଇବାବାଙ୍କ ପବିତ୍ର ଚରଣ ପାଦୁକା ପ୍ରଦର୍ଶନ ହେବାର କାର୍ଯକ୍ରମ ରହିଛି। ଏହି ଦୁଇଦିନ ପ୍ରଭୁ ଶ୍ରୀ ସାଇ ମନ୍ଦିରରେ ଶ୍ରୀ ସାଇନାଥଙ୍କ ପୂଜାର୍ଚ୍ଚନା ନିୟମିତ ନିର୍ଘଣ୍ଟ ଅନୁସାରେ ହେବା ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପବିତ୍ର ପାଦୁକା ଦର୍ଶନ, ପ୍ରସାଦ ସେବନ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତେ ଭକ୍ତିରେ ଏକତ୍ରିତ ହୋଇ ଶ୍ରୀ ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଦର୍ଶନ, ଭଜନ, ସେବା, ପ୍ରାସାଦ ସେବନ ଏବଂ ଶ୍ରୀ ସାଇବାବାଙ୍କ ଅନନ୍ତ କୃପାଲାଭ କରିବାକୁ ଶ୍ରୀ ସାଇ ବାବା ସେବା ଚାରିଟେବୁଲ ଟ୍ରଷ୍ଟ, ବାମ୍ପାରର ସଭାପତି ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

24
1369 views

Comment