logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବୁର୍ଲାରେ ବେଆଇନ ଗ୍ୟାସ ସିଲିଣ୍ଡର ଜବତ: ଜଣେ ଗିରଫ

ବୁର୍ଲା: ସମ୍ବଲପୁର ବୁର୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବୁର୍ଲା ମେଟାକାଣୀ ଢାବା ନିକଟରେ ଏକ ବୋଲେରୋ ପିକଅପ୍ ଭ୍ୟାନ ଓଲଟି ପଡିବା ପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଆଜି ସକାଳ ପ୍ରାୟ ୮ଟା ସମୟରେ ଏଏସଆଇ ଚକାମଣି ରଣା ଓ ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲେ ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍‌ରେ ଏକ ବୋଲେରୋ ପିକଅପ୍ (OD 15 Q 0159) ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଯାଞ୍ଚ କରିବା ପରେ ସେଥିରୁ ବେଆଇନ ଭାବେ ଚାଲାଣ ହେଉଥିବା ୧୬୧ଟି ଗ୍ୟାସ ସିଲିଣ୍ଡର ଉଦ୍ଧାର କରିଥିଲା।
ଭାରତ ଗ୍ୟାସ: ୬୨ଟି ସିଲିଣ୍ଡର (ସିଲ୍ ହୋଇଥିବା)ଏଚ୍‌ପି ଗ୍ୟାସ: ୬୦ଟି (ଖାଲି) ଇଣ୍ଡେନ ଗ୍ୟାସ: ୩୯ଟି (ଖାଲି)ଗାଡ଼ି: ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ
ବୁର୍ଲା ମାର୍କେଟ ଅଞ୍ଚଳର ମନ୍ଥନ ପ୍ରସାଦ ମାହାତୋ (୨୭)। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କର ଅଟାଚକିପଡ଼ା ଅଞ୍ଚଳରେ ଏକ ଗୋଦାମ ରହିଛି ଏବଂ ସେ ବିନା ବୈଧ କାଗଜପତ୍ରରେ ଏହି ବ୍ୟବସାୟ କରୁଥିଲେ।
ବୁର୍ଲା ପୋଲିସ କେସ୍ ନମ୍ବର ୧୨୬/୨୦୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି। ଏହି ଚଢାଉରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

10
207 views

Comment