logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଆ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଦେବଗଡ଼ ତା ୧୨/୦୩/୨୦୨୬ ରିଖ :-
ଆସନ୍ତା ଓଡ଼ିଆ ପକ୍ଷ ପାଳନକୁ ଆନନ୍ଦ ଓ ଉତ୍ସାହର ସହିତ ସଫଳ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସରୁ ଆରମ୍ଭ କରି ମହାବିଷୁବ ସଂକ୍ରାନ୍ତି (ଏପ୍ରିଲ ୧୪) ପର୍ଯ୍ୟନ୍ତ ସମୟକୁ ଜିଲ୍ଲାରେ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଦୀପନା ସହିତ ଓଡ଼ିଆ ପକ୍ଷ ଭାବେ ପାଳନ କରାଯିବ।
ଜିଲ୍ଲାପାଳ ଶ୍ରୀ ସାହୁ ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିବା ସହିତ କିପରି ଏହି ପର୍ବକୁ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଓ ସାଂସ୍କୃତିକ ଗୌରବର ସହିତ ପାଳନ କରାଯିବ ସେଥିପାଇଁ ବିସ୍ତୃତ ଆଲୋଚନା କରିଥିଲେ।
ସୂଚନାନୁସାରେ ଓଡ଼ିଆ ପକ୍ଷ ଅବସରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବିଷୟକୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହେବ। ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ, ଏପ୍ରିଲ ୨ ତାରିଖରେ ଖଡିଛୁଆଁ ଦିବସ, ଏପ୍ରିଲ ୩ ତାରିଖରେ ପାରମ୍ପରିକ ପୋଷାକ ପରିଧାନ ଦିବସ, ଏପ୍ରିଲ ୪ ତାରିଖରେ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ଶୋଭାଯାତ୍ରା, ଏପ୍ରିଲ ୫ ତାରିଖରେ ଐତିହ୍ୟ ଗଣଦୌଡ, ଏପ୍ରିଲ ୬ ତାରିଖରେ ସ୍ୱଚ୍ଛତା ଓ ଦେବାଳୟ–ଐତିହ୍ୟ ଦିବସ, ଏପ୍ରିଲ ୭ ତାରିଖରେ ବର୍ଣ୍ଣବୋଧ ଉତ୍ସବ, ଏପ୍ରିଲ ୮ ତାରିଖରେ ରକ୍ତଦାନ ଦିବସ, ଏପ୍ରିଲ ୯ ତାରିଖରେ “ଆସ ବହିଟିଏ କିଣିବା” ଦିବସ, ଏପ୍ରିଲ ୧୦ ତାରିଖରେ ଲୋକକଳା ପାଇଁ ଦିନଟିଏ, ଏପ୍ରିଲ ୧୧ ତାରିଖରେ ଯୁବ ଲେଖକ ସମ୍ମିଳନୀ, ଏପ୍ରିଲ ୧୨ ତାରିଖରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା, ଏପ୍ରିଲ ୧୩ ତାରିଖରେ ପାରମ୍ପରିକ ଖାଦ୍ୟ ଦିବସ ଏବଂ ଏପ୍ରିଲ ୧୪ ତାରିଖରେ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମ ଆୟୋଜନ ହେବ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ମହନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଦେବଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରିତିକାନ୍ତ ଶୁକ୍ଳା, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

5
80 views

Comment